ପୋଲିସ୍ SI ପରୀକ୍ଷା ସ୍କାମ୍; SSB ଯବାନଙ୍କ ସମେତ ୨ ଅଟକ
ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ସିବିଆଇ ଛାନଭିନ୍ ଜାରି ରହିଛି। ଆଉ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ସିବିଆଇ। ବିରଞ୍ଚିର ସହଯୋଗୀ ନିମାଇଁ ସାହୁ ଓ ଏସଏସବି ଯବାନ ଅର୍ଜୁନ ନାୟକଙ୍କୁ ହେପାଜତକୁ ନେଇଛି ସିବିଆଇ। ଏହି ଦୁଇଜଣଙ୍କ ସହ ମାମଲାରେ ସମ୍ପୃକ୍ତ ଆଉ ଜଣକୁ ଅଟକ ରଖି ପଚରାଉଚରା କରାଯାଉଛି। ଅଭିଯୁକ୍ତ ବିରଞ୍ଚି ସହ ସାମ୍ନାସାମ୍ନି ଜେରା କରାଯାଉଛି।
