ବିଶାଲ ଦାସଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ

ବିଶାଲ ଦାସଙ୍କ ନାଁରେ ମାମଲା

ବିଶାଲ ଦାସଙ୍କ ନାଁରେ ମାମଲା ରୁଜୁ କଲା ସରେଇପାଲି ଥାନା ପୋଲିସ। ବିଶାଲଙ୍କ ସହ ମୋଟ ୧୩ ଜଣଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ। ବିଏନ୍‌ଏସ୍‌ ଧାରା ୩୩୧ (୪) ଓ ୧୯୧ (୨)ରେ ମାମଲା ରୁଜୁ ହୋଇଛି। ସରେଇପାଲିର ହୋଟେଲ ରାଧିକା ମ୍ୟାନେଜରଙ୍କ ଏତଲା ଆଧାରରେ ମାମଲା ରୁଜୁ ହୋଇଛି।

ଅନଧିକାର ପ୍ରବେଶ, ଭଙ୍ଗାରୁଜା ନେଇ ଅଭିଯୋଗ କରିଥିଲେ ମ୍ୟାନେଜର । ଏପଟେ ବିଶାଲ ଦାସଙ୍କୁ ଛାଡ଼ି ଦେଇଛି ପୋଲିସ। ବିଶାଲ ଦାସଙ୍କୁ ଛାଡ଼ିଛି ଛତିଶଗଡ଼ ପୋଲିସ। ବିଶାଲଙ୍କ ସହ ମୋଟ ୧୪ ଜଣଙ୍କୁ ଛାଡ଼ିଛି ଛତିଶଗଡ଼ ପୋଲିସ। ବିଏନ୍‌ଏସ୍‌ ୩୫-ବିରେ ନୋଟିସ୍‌ କରି ଛାଡ଼ିଲା। ସରେଇପାଲି ଥାନାରୁ ବାହାରିଲେ ବିଶାଲ ଓ ତାଙ୍କ ସହଯୋଗୀ।