ଓଡ଼ିଶା ବନ୍ଦ, ଚାରିଆଡ଼େ ଚକା ଜାମ୍

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି। କଂଗ୍ରେସ କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି। ଆନ୍ଦୋଳନକାରୀଙ୍କୁ ଉଠାଇ ନେଲା ପୋଲିସ। ଫକୀର ମୋହନ କଲେଜ ଛାତ୍ରୀଙ୍କର ମୃତ୍ୟୁକୁ ବିରୋଧ କରି କଂଗ୍ରେସ ଏବଂ ବାମଦଳଙ୍କ ପକ୍ଷରୁ ୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆଯାଇଛି । ଏଟଂହିପାଇଁ ସାରା ରାଜ୍ୟରେ ଚକ ଅଖ ସବୁ ବନ୍ଦ ରହିଛି। ଛାତ୍ରୀଙ୍କୁ ନ୍ୟାୟ ଦେବା ପାଇଁ ସରକାରଙ୍କ ନିକଟରେ ଦାବି କରି ରାଜଧାନୀ ଭୁବନେଶ୍ବରର ପ୍ରମୁଖ ଛକରେ କଂଗ୍ରେସ ପକ୍ଷରୁ ଜୋରଦାର ପିକେଟିଂ କରାଯାଇଛି । ମାର୍କେଟ କ୍ୟାଣ୍ଟିନ ଛକ, ଜୟଦେବ ବିହାର ଛକ, ଆଚାର୍ଯ୍ୟ ବିହାର ଛକ ସମେତ ଅନ୍ୟ ପ୍ରମୁଖ ଛକରେ କଂଗ୍ରେସକର୍ମୀମାନେ ପିକେଟିଂ କରିବା ସହିତ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି ।

ଭୁବନେଶ୍ବର ରେଳ ଷ୍ଟେସନ୍‌ରେ ଆନ୍ଦୋଳନକାରୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଫଳରେ ରାସ୍ତାର ଦୁଇ ପାର୍ଶ୍ବରେ ବହୁ ଗାଡ଼ି ଅଟକି ରହିଛି । ବିଧାନସଭା ଅଞ୍ଚଳ, ରେଳଷ୍ଟେସନରେ ପୋଲିସ ମୁତୟନ ହୋଇଥିବା ବେଳେ କଂଗ୍ରେସ କର୍ମୀମାନେ ନାରାବାଜି କରି ରାସ୍ତା ଅବରୋଧ କରିଛନ୍ତି । ତେବେ ଜରୁରୀକାଳୀନ ଗାଡ଼ିକୁ ଯିବାକୁ ଦିୖଆଯାଉଛି। ପୋଲିସ ପକ୍ଷରୁ ପିକେଟିଂ ସ୍ଥଳରେ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି । ତେବେ ସୁରକ୍ଷା ଦୃଷ୍ଟିରୁ ଆଜି ପେଟ୍ରୋଲ ପମ୍ପକୁ ମଧ୍ୟ ବନ୍ଦ ରଖାଯାଇଛି ।