ଅବୁଝମାଡ ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳିବିନିମୟ
ଭୁଶୁଡ଼ୁଛି ମାଓ ଦୁର୍ଗ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଅବୁଝମାଡ ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳିବିନିମୟ । କିଛି ମାଓବାଦୀ ମୃତାହତ ହୋଇଥିବା ସୂଚନା ମିଳିଛି । ଅପରେସନ ବେଳେ ଘଟଣା ସ୍ଥଳରୁ ଶହେରୁ ଅଧିକ ଅତ୍ୟାଧୁନିକ ବନ୍ଧୁକ ସହ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ ହୋଇଛି । LMG , AK-47 ରାଇଫଲ୍, INSAS, SLR, ଷ୍ଟେନ୍ ଗନ୍ ସହିତ BGL ସେଲ୍, ଡେଟୋନେଟର, କାର୍ଡେକ୍ସ ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ୩୦୦ ରୁ ଅଧିକ ସାମଗ୍ରୀ ଜବତ ହୋଇଛି । ଏଥିସହ DRG, STF ଏବଂ ITBP ଯବାନଙ୍କ ମିଳିତ ଅପରେସନ ବେଳେ ଏହି ସଫଳତା ମିଳିଛି । ଲଗାତାର ୫ ଦିନ ଧରି ଜାରି ରହିଥିଲା ମାଓ ଦମନ ଅପରେସନ। ଅନ୍ୟପଟେ ଘଞ୍ଚ ଜଙ୍ଗଲ, ନଦୀ ଏବଂ ଝରଣାର ସୁଯୋଗ ନେଇ କିଛି ମାଓବାଦୀ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି । ଅବୁଝମାଡ ଜଙ୍ଗଲରେ ପ୍ରବଳ ବର୍ଷା ସତ୍ତ୍ୱେ, ସୁରକ୍ଷା ବାହିନୀ ଲଗାତାର ୫ ଦିନ ଧରି ଅପରେସନ୍ ଚଳାଇଥିଲେ ।
