ବଳଙ୍ଗା ଘଟଣାସ୍ଥଳ ଅନୁଧ୍ୟାନ କଲେ ପୋଲିସ୍ ଡିଜି ୱାଇ. ବି. ଖୁରାନିଆ

ବଳଙ୍ଗା ଘଟଣାସ୍ଥଳ ଅନୁଧ୍ୟାନ କଲେ ପୋଲିସ୍ ଡିଜି ୱାଇ. ବି. ଖୁରାନିଆ

ପୁରୀ ବଳଙ୍ଗା ବାୟାବରରେ ଛାତ୍ରୀ ପୋଡ଼ି ଘଟଣାର ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି ପୋଲିସ ଡିଜି ୱାଇ.ବି ଖୁରାନିଆ । ଘଟଣାର ୩୬ ଘଣ୍ଟା ପରେ ନା ଅଭିଯୁକ୍ତ ଗିରଫ ହୋଇଛନ୍ତି ନା ଚିହ୍ନଟ ହୋଇଛନ୍ତି ।  ଆଜି ଖୋଦ୍ ଡିଜି ଘଟଣା ସ୍ଥଳକୁ ଯାଇଥିଲେ ।  ସାଙ୍ଗରେ କେନ୍ଦ୍ରାଞ୍ଚଳ ଆଇଜି, ପୁରୀ ଏସପି ଉପସ୍ଥିତ ଅଛନ୍ତି । ଅନ୍ୟପଟେ ଆଜି ଦ୍ବିତୀୟ ଦିନରେ ମଧ୍ୟ ଘଟଣାସ୍ଥଳରେ ୧୦ ଜଣିଆ ଫରେନସିକ୍ ଟିମ ତଦନ୍ତ କରୁଛନ୍ତି  ।  ପ୍ରମାଣ ଖୋଜିବା ସହ ନାବାଳିକା ଜଣଙ୍କ ପ୍ରଥମେ କେଉଁଠିକି ନିଜ ଜୀବନ ବଞ୍ଚାଇବା ପାଇଁ ଯାଇଥିଲେ ତାଙ୍କ ଘରକୁ ଯାଇ ପଚରା ଉଚରା କରୁଛି ପୋଲିସ  ।