ଲାଞ୍ଚ ନେବା ବେଳେ ଧରାପଡିଲେ ASI

ଭିଜିଲାନ୍ସ ଜାଲରେ ପୋଲିସ ଏଏସଆଇ

ଭିଜିଲାନ୍ସ ଜାଲରେ ପୋଲିସ ASI । ଲାଞ୍ଚ ନେବା ବେଳେ ଧରାପଡିଲେ ରାଉରକେଲା ବଡ଼ଗାଁ ଥାନାର ଏଏସଆଇ ଅରୁପାନନ୍ଦ ଦାସ । ଗତକାଲି ଚଢ଼ାଉ କରି ଲାଞ୍ଚ ଟଙ୍କା ସହ ଏଏସଆଇଙ୍କୁ ଘଟଣାସ୍ଥଳରୁ ଧରିଥିଲେ ରାଉରକେଲା ଭିଜିଲାନ୍ସ ବିଭାଗ । ବଡ଼ଗାଁର ରଞ୍ଜନ ଦାସ ଓରଫ ମୁନୁଙ୍କୁ ଢାବାରେ ମଦ ବ୍ୟବସାୟ ପାଇଁ ଅରୁପାନନ୍ଦ ପ୍ରତିମାସ ୨୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା ।ଏନେଇ ରଞ୍ଜନ ଦାସ ରାଉରକେଲା ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଯୋଜନା ଅନୁଯାୟୀ ଏଏସଆଇ୨୫ ହଜାର ଟଙ୍କା ଦେଉଥିବା ବେଳେ ମାଡିବସିଥିଲା ଭିଜିଲାନ୍ସ । ଏଏସ ଆଇ ଅରୁପାନନ୍ଦ ଦାସ ରହୁଥିବା କ୍ୱାର୍ଟରରେ ଚଢ଼ାଉ କରି ନଗଦ ୧ ଲକ୍ଷ ୫୭ ହଜାର ଟଙ୍କା, ୫ ହଜାର ଆମେରିକୀୟ ଡଲାର ସହ ୧୫ଟି ଦେଶୀ ମଦ ବୋତଲ ଜବତ କରିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *