ମୋଦୀଙ୍କୁ କୁଏତର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ ମୁବାରକ ଅଲ୍‌ କବୀର’

କୁଏତ ଗସ୍ତ ସାରି ଫେରିଲେ ପ୍ରଧାନମନ୍ତ୍ରୀ

କୁଏତ ଗସ୍ତ ସାରି ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦୁଇ ଦିନିଆ କୁଏତ ଗସ୍ତ ସାରି ରବିବାର ରାତିରେ ଦିଲ୍ଲୀ ଫେରିଛନ୍ତି । ଗସ୍ତ ସମୟରେ ମୋଦୀଙ୍କୁ କୁଏତର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ ମୁବାରକ ଅଲ୍‌ କବୀର’ ସମ୍ମାନରେ ସମ୍ମାନିତ କରିଛନ୍ତି କୁଏତ ପ୍ରଧାନମନ୍ତ୍ରୀ । ଦୁଇ ଦେଶ ମଧ୍ୟରେ ସୁସମ୍ପର୍କ ମଜଭୁତ କରିବା ଦିଗରେ ମୋଦୀଙ୍କ ଭୂମିକା ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି। ବୟାନ ପ୍ୟାଲେସ୍‌ରେ କୁଏତର ଅମିର ଶେଖ୍‌ ମେଶାଲ ଅଲ୍‌-ଅହମଦ ଅଲ୍‌-ଜାବେର ଅଲ୍‌ ସବାହଙ୍କଠାରୁ ପ୍ରଧାନମନ୍ତ୍ରୀ ଏହି ସମ୍ମାନ ଗ୍ରହଣ କରିଛନ୍ତି।ପ୍ରଧାନମନ୍ତ୍ରୀ ଏହି ସମ୍ମାନକୁ ଭାରତର ଜନସାଧାରଣ ଏବଂ ଭାରତ ଓ କୁଏତ ମଧ୍ୟରେ ଦୃଢ଼ ବନ୍ଧୁତାକୁ ଉତ୍ସର୍ଗ କରୁଥିବା ଏକ୍ସ’ରେ ଲେଖିଛନ୍ତି। ମୋଦିଙ୍କୁ ଗୋଟିଏ ଦେଶର ଏହା ୨୦ତମ ଅନ୍ତର୍ଜାତୀୟ ସମ୍ମାନ ବୋଲି ସ୍ଥାନୀୟ ସରକାରୀ ଗଣମାଧ୍ୟମ କହିଛି। ବନ୍ଧୁତ୍ୱର ପ୍ରଦର୍ଶନ ସ୍ୱରୂପ ରାଷ୍ଟ୍ରମୁଖ୍ୟ, ବିଦେଶୀ ସାର୍ବଭୌମ ଏବଂ ବିଦେଶୀ ରାଜପରିବାରର ସଦସ୍ୟଙ୍କୁ ଏହି ସମ୍ମାନ ଦିଆଯାଇଥାଏ। ପୂର୍ବରୁ ବିଲ୍‌ କ୍ଲିଣ୍ଟନ, ପ୍ରିନ୍ସ ଚାଲର୍ସ ଏବଂ ଜର୍ଜ ବୁଶ୍‌ଙ୍କୁ କୁଏତର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *