ଭୂଟାନରୁ ଫେରିବା ପରେ LNJP ହସ୍ପିଟାଲରେ ଆହତଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଦୁଇ ଦିନ ଧରି ଭୁଟାନ ଗସ୍ତରେ ଥିଲେ। ନଭେମ୍ବର ୧୨ ତାରିଖରେ ଭୁଟାନରୁ ଫେରିବା ପରେ, ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀର ଏଲଏନଜେପି ହସ୍ପିଟାଲ ପରିଦର୍ଶନ କରିଥିଲେ, ଯେଉଁଠାରେ ସେ ଦିଲ୍ଲୀ କାର ବୋମା ବିସ୍ଫୋରଣରେ ଆହତ ହୋଇଥିବା ଲୋକଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଭୁଟାନରେ ତାଙ୍କ ଅଭିଭାଷଣରେ ସ୍ପଷ୍ଟ ଭାବରେ କହିଥିଲେ ଯେ, ଦିଲ୍ଲୀ କାର ବିସ୍ଫୋରଣ ମାମଲାରେ କୌଣସି ଷଡଯନ୍ତ୍ରକାରୀଙ୍କୁ ଛଡ଼ାଯିବ ନାହିଁ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଦିଲ୍ଲୀ ବିସ୍ଫୋରଣ ସମ୍ପର୍କରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। LNJP ହସ୍ପିଟାଲରେ ଆହତମାନଙ୍କୁ ଭେଟିବା ସମୟରେ, ପ୍ରଧାନମନ୍ତ୍ରୀ ମୋଦି ସେମାନଙ୍କୁ ଆଶ୍ୱସ୍ତ କରିଥିଲେ ଏବଂ ସାହାଯ୍ୟର ପ୍ରତିଶ୍ରୁତି ଦେଇଛନ୍ତି। ସେ ଡାକ୍ତରଙ୍କ ଦଳ ସହିତ ମଧ୍ୟ ସାକ୍ଷାତ କରିଛନ୍ତି ।
