ଭୁବନେଶ୍ବରରେ ପୁଣି ରୋଡ୍ ସୋ’ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ବରରେ ମୋଦିଙ୍କ ରୋଡ୍ ସୋ’

ଭୁବନେଶ୍ବରରେ ପୁଣି ରୋଡ୍ ସୋ’ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜଧାନୀ ଦେଖିବ ମୋଦିଙ୍କ ବିଶାଳ ରୋଡ୍ ସୋ’। ୧୨ ତାରିଖରେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ରହିଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପ୍ରଧାନମନ୍ତ୍ରୀ ଯୋଗ ଦେବେ। ଏହି ଅବସରରେ ଜୟଦେବ ବିହାରରୁ ଜନତା ମଇଦାନ ପର୍ଯ୍ୟନ୍ତ ରୋଡ୍ ସୋ’ କରି ଯିବେ ପ୍ରଧାନମନ୍ତ୍ରୀ। ରୋଡ୍ ସୋ’ କରି ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହକୁ ପହଞ୍ଚିବେ। ଏହାପୂର୍ବରୁ ନିର୍ବାଚନ ପ୍ରଚାରକୁ ଆସି ଭୁବନେଶ୍ବରରେ ବିଶାଳ ରୋଡ୍ ସୋ’ କରିଥିଲେ ମୋଦି