ନବୀନଙ୍କୁ ମୋଦିଙ୍କ ନିଶାନା

‘ଯାହାଙ୍କୁ ଜିଲ୍ଲା ନାଁ ଜଣାନାହିଁ, ସେ ଲୋକଙ୍କ ଦୁଃଖ କେମିତି ବୁଝିବେ ?’

ଫୁଲବାଣୀ ସଭାରେ ନବୀନଙ୍କୁ ନିଶାନା କରିଛନ୍ତି ମୋଦି । ନବୀନ ବାବୁଙ୍କୁ ମୁଁ ଆଜି ଏକ ଚାଲେଂଜ ଦେଉଛି । ନବୀନ ବାବୁଙ୍କୁ କାଗଜ ଖଣ୍ଡେ ଦେଇ ଓଡ଼ିଶାର ସବୁ ଜିଲ୍ଲା ନାଁ ଲେଖିବାକୁ କୁହାଯାଉ । ଜିଲ୍ଲା ନାଁ ଓ ଜିଲ୍ଲା ମୁଖ୍ୟାଳୟ ନାଁ ଲେଖିବାକୁ କୁହାଯାଉ । ‘ଯେଉଁ ମୁଖ୍ୟମନ୍ତ୍ରୀ ନିଜ ଜିଲ୍ଲା ନାଁ ଜାଣି ନାହାନ୍ତି’ ସେଭଳି ମୁଖ୍ୟମନ୍ତ୍ରୀ ଆପଣଙ୍କ ଦୁଃଖ ବୁଝିପାରିବେ କି ? ୫ ବର୍ଷ ସୁଯୋଗ ଦିଅନ୍ତୁ, ଓଡ଼ିଶାକୁ ନମ୍ବର ୱାନ୍‌ କରିଦେବୁ ।ମୋଦି ଆହୁରି କହିଛନ୍ତି, କନ୍ଧମାଳରେ ମୋତେ ଆଜି ମିଳିଥିବା ଆଶୀର୍ବାଦ ଭୁଲିବିନି । ସାରା ଦେଶରେ କିଭଳି ପରିବର୍ତ୍ତନ ଆସୁଛି, ଏହା ତାର ଉଦାହରଣ । ଜଣେ ମା’ ଆସି ମୋର ସ୍ୱାଗତ ସଂବର୍ଦ୍ଧନା କଲେ । ମୁଁ ତାଙ୍କ ବିଷୟରେ ଜାଣିବା ପରେ ଭାବବିହ୍ୱଳ ହୋଇଗଲି । ମା’ ତୁଳା ବେହେରା ଭିକ୍ଷା ମାଗନ୍ତି । ସେହି ଭିକ୍ଷା ଟଙ୍କାରୁ ୧ ଲକ୍ଷ ଟଙ୍କା ଜଗନ୍ନାଥଙ୍କ ପାଇଁ ଦାନ କରିଛନ୍ତି । ଏହା ଦେଖିଲା ପରେ ଲାଗୁଛି ପୂରା ଓଡ଼ିଶାର ଆଶୀର୍ବାଦ ମୋ ପ୍ରତି ଅଛି । ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନି ମଧ୍ୟ ମୋତେ ଆଶୀର୍ବାଦ କଲେ । ୨ ମା’ ଆଜି ଆଶୀର୍ବାଦ କଲେ, କୋଟି କୋଟି ମା’ଙ୍କ ଆଶୀର୍ବାଦ ମିଳୁଛି । ଭୁବନେଶ୍ୱରରେ କାଲି ଯେଉଁ ଦୃଶ୍ୟ ଥିଲା, ଅବର୍ଣ୍ଣନୀୟ-ହଜାର ହଜାର ଲୋକ ମୋତେ ଆଶୀର୍ବାଦ ଜଣାଇଲେ । ଏସବୁ ପାଇଁ ଆପଣମାନଙ୍କୁ ଯେତେ କୃତଜ୍ଞତା ଜଣାଇଲେ ବି କମ୍‌ । ମୁଁ ଓଡ଼ିଶା ଲୋକଙ୍କ ପାଖରେ ଋଣୀ । ଆପଣଙ୍କ ଏ ଋଣ ମୁଁ ଦେଶସେବା କରି ପରିଶୋଧ କରିବି । ଓଡ଼ିଶାକୁ ବିକଶିତ ରାଜ୍ୟ କରି ଏ ଋଣ ପରିଶୋଧ କରିବି ।

କଂଗ୍ରେସ ବାରମ୍ବାର ନିଜ ଦେଶକୁ ଡରାଇବାକୁ ଚେଷ୍ଟା କରୁଛି । ପାକିସ୍ତାନ ପାଖରେ ପରମାଣୁ ବୋମା ଅଛି କହି ଡରାଉଛି । ଆଜି ପାକିସ୍ତାନର ଅବସ୍ଥା ଏମିତି ଯେ ଏବେ ସେ ବୋମା ବିକିବାକୁ ଚାହୁଁଛନ୍ତି । ଭୋଟବ୍ୟାଙ୍କ ପାଇଁ ଆତଙ୍କୀ ବିରୋଧରେ ପଦକ୍ଷେପ ବି ନେଉନଥିଲେ । କଂଗ୍ରେସ ରାଜକୁମାର ଏବେ ବହୁତ ବୟାନବାଜି କରୁଛନ୍ତି । ୨୦୧୪-୧୯ ନିର୍ବାଚନର ପୁରୁଣା ସ୍କ୍ରିପ୍ଟ ପଢୁଛନ୍ତି ରାଜକୁମାର । ବିରୋଧୀ ମନେରଖନ୍ତୁ, ଏଥିର ଏନ୍‌ଡିଏ ୪ଶହ ପାର୍‌ କରିବ । ଏଥର ପୂର୍ବର ସବୁ ରେକର୍ଡ ଭାଙ୍ଗିବ ଏନ୍‌ଡିଏ । କଂଗ୍ରେସ ବିରୋଧୀ ଦଳ ବି ହୋଇପାରିବନି । କଂଗ୍ରେସ ୫୦ ତଳକୁ ଆସିଯିବା ନିଶ୍ଚିତ ।ଆପଣଙ୍କ ଭୋଟ୍‌ ଏଠାରେ ବିଜେପି ଡବଲ ଇଂଜିନ ସରକାର କରିବ । ଓଡ଼ିଶାରେ ପ୍ରଥମ ଥର ହେବ ଡବଲ ଇଂଜିନ ସରକାର । ସେଥିପାଇଁ ଓଡ଼ିଶାର ୨୧ ସାଂସଦଙ୍କୁ ଦିଲ୍ଲୀ ପଠାଇବାକୁ ପଡ଼ିବ । ବିଜେପି ପାଇଁ ଦେଶର ୫ ଶହ ବର୍ଷର ଅପେକ୍ଷା ପୂରା ହେଲା । ରାଜ୍ୟ ବିଜେପି ଓଡ଼ିଆ ଭାଷା, ସଂସ୍କୃତି ପ୍ରତି ସମର୍ପିତ । ଓଡ଼ିଶାରେ ଜନ୍ମିତ କୌଣସି ପୁଅ ବା ଝିଅ, ବିଜେପିର ମୁଖ୍ୟମନ୍ତ୍ରୀ ହେବ । ଆପଣଙ୍କ ନିଜର ମୁଖ୍ୟମନ୍ତ୍ରୀ ହେବ, ନିଜ ମାଟିର ହେବ ।ଖାଲି ସେତିକି ନୁହେଁ, ମୋଦି ସରକାର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟ ସୁବିଧା ଦେବାକୁ ଚାହୁଁଛି । ଓଡ଼ିଶା ସରକାର ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ କରୁନାହାନ୍ତି । ୫ ବର୍ଷ ହେଲାଣି ଏ ଯୋଜନା ନେବାକୁ ରାଜ୍ୟ ସରକାରକୁ କହୁଛି । ବିଜେପି ସରକାର ଆସିବା କ୍ଷଣି ଏଠାରେ ଆୟୁଷ୍ମାନ ଭାରତ ଲାଗୁ ହେବ । ଏଭଳି ଅସମ୍ବେଦନଶୀଳ ସରକାର ଏଠାରେ ରହିବା ଅନୁଚିତ ।