ଆଜି ଓଡ଼ିଶା ଆସୁଛନ୍ତି ମୋଦି-ନଡ୍ଡା

କାଲି ବ୍ରହ୍ମପୁରରେ ଜନସଭାକୁ ସମ୍ବୋଧନ କରିବେ ମୋଦି

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାତି ସାଢେ ୯ଟାରେ ଭୁବନେଶ୍ୱରରେ ପହଞ୍ଚିବେ । ଆସନ୍ତାକାଲି ବ୍ରହ୍ମପୁର, ନବରଙ୍ଗପୁର ଯିବେ । ବ୍ରହ୍ମପୁର କନିଷିରେ ସାଧାରଣ ସଭାକୁ ଉଦବୋଧନ ଦେବେ । ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ। ଜିଲ୍ଲା ପ୍ରଶାସନ ଓ ପୋଲିସ୍ ସହ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ମୁତୟନ ଥିବା ଏସପିଜି ଗ୍ରୁପ୍ ଆଲୋଚନା କରିଛନ୍ତି। ଅନ୍ୟପଟେ ଏହି ଗସ୍ତର ମାତ୍ର ୩ ଦିନ ପରେ ପୁଣି ଆସନ୍ତା ୧୦ ତାରିଖରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବା କାର୍ୟ୍ୟକ୍ରମ ରହିଛି। ଏହି ଗସ୍ତ ବେଳେ ପିଏମ୍ ଭୁବନେଶ୍ବରରେ ବିଶାଳ ରୋଡ୍ ସୋ କରିବା ସହ ୧୧ ତାରିଖରେ ବଲାଙ୍ଗିର ଯାଇ ସେଠି ମଧ୍ୟ ବିଶାଳ ଜନସଭାକୁ ସମ୍ବୋଧିତ କରିବେ।
ଆଜି ଆସିବ ବିଜେପିର ନିର୍ବାଚନୀ ଇସ୍ତାହାର। ଏଥିପାଇଁ ଭୁବନେଶ୍ବର ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା। ଆଜି ଅପରାହ୍ନ ୩ଟା ବେଳେ ଭୁବନେଶ୍ବରରେ ପହଞ୍ଚିବେ ନଡ୍ଡା। ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିବା ସହିତ ଭୁବନେଶ୍ବରରେ କର୍ମକର୍ତ୍ତାଙ୍କ ସହ ନିର୍ବାଚନ ରଣନୀତି ନେଇ ଆଲୋଚନା କରିବେ। ଏହାପରେ କଟକ ଯାଇ ଦଳୀୟ ନେତା ଓ କର୍ମୀଙ୍କୁ ନଡ୍ଡା ଭେଟିବାର କାର୍ୟ୍ୟକ୍ରମ ରହିଛି। ବିଜେପି କେଉଁ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବ, ସେନେଇ ବାର୍ତ୍ତା ଦେବେ ଜେ.ପି ନଡ୍ଡା।