ଏୟାରବେସରେ ସେନା ଯବାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
ପଞ୍ଜାବ ଆଦମପୁର ଏୟାରବେସରେ ଯବାନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୀର ଯବାନଙ୍କ ସହ ଆଲୋଚନା କରିଛନ୍ତି । ଜବାବୀ ହମଲା ନେଇ ମୋଦିଙ୍କୁ ସବିଶେଷ ତଥ୍ୟ ଦେଇଛନ୍ତି ଏୟାରଫୋର୍ସ ଅଧିକାରୀ । ଆଜି ସକାଳେ ପ୍ରଧାନମନ୍ତ୍ରୀ ମୋଦି ସେନା ଯବାନଙ୍କୁ ଭେଟିଥିବା ଏକ୍ସରେ ମଧ୍ୟ ସୂଚନା ଦେଇଛନ୍ତି ।

ପାକିସ୍ତାନ ସେନା ୪ଟି ଏୟାରବେସ ଉଧମପୁର, ପଠାନକୋଟ, ଆଦମପୁର, ଏବଂ ଭୁଜକୁ ଆକ୍ରମଣ ଉଦ୍ୟମ କରିଥିଲା । କିନ୍ତୁ ତାର ଟାର୍ଗେଟରେ ସଫଳ ହୋଇନଥିଲା । ଦୃଢ଼ ଜବାବ ଦେଇଥିଲେ ଭାରତୀୟ ସେନା । ରାଷ୍ଟ୍ର ସୁରକ୍ଷାରେ ସଶସ୍ତ୍ର ବାହିନୀର ଭୂମିକାକୁ ବେଶ୍ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦିଙ୍କ ଗସ୍ତ ଯବାନଙ୍କ ମନୋବଳକୁ ଦୃଢ କରିବା ସହିତ ଆହୁରି ଦାୟିତ୍ୱସମ୍ପନ୍ନ ହୋଇ କାର୍ଯ୍ୟ କରିବା ପାଇଁ ପ୍ରେରଣା ଯୋଗାଇବ।

