ନୂଆ ଭୋଟରଙ୍କୁ ଟାଣିବାକୁ ବିଜେପିର ବଡ ପ୍ଲାନ

ଯୁବ ଭୋଟରଙ୍କ ସହ ଡାଇରେକ୍ଟ କଥା ହେବେ ମୋଦି

ନୂଆ ଭୋଟରଙ୍କୁ ଟାଣିବାକୁ ବିଜେପିର ଯୋଜନା, ଡାଇରେକ୍ଟ କଥା ହେବେ ମୋଦି ! ଆସନ୍ତାକାଲି ନବ ମତଦାତା ସମ୍ମିଳନୀ କରିବ ବିଜେପି । ଜାତୀୟ ଭୋଟର ଦିବସରେ ଓଡ଼ିଶାରେ ୨୫୦ ସ୍ଥାନରେ ହେବ ସମ୍ମିଳନୀ । ନୂଆ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ବିଜେପିର ବଡ ପ୍ଲାନ। ଓଡ଼ିଶାରେ ୨୫୦ ସ୍ଥାନ ସହ ସାରା ଦେଶରେ ୫ ହଜାର ସ୍ଥାନରେ ହେବ ନବ ମତଦାତା ସମ୍ମିଳନୀ। ପ୍ରଧାନମନ୍ତ୍ରୀ ବାର୍ତ୍ତା ରଖିବା ସହ ଯୁବ ଭୋଟରଙ୍କ ସହ କଥା ହେବେ । ପ୍ରତି ସ୍ଥାନରେ ପ୍ରାୟ ୧ ହଜାରରୁ ଅଧିକ ନୂଆ ଭୋଟରଙ୍କୁ ସାମିଲ କରିବାକୁ ଯୋଜନା କରିଛି ବିଜେପି। ୨୦୧୪ ଓ ୨୦୧୯ରେ ନୂଆ ଭୋଟର ମୋଦିଙ୍କ ପାଖରେ ଥିଲେ। ଏହି ସମ୍ମିଳନୀରେ ୯ ବର୍ଷରେ ମୋଦି ସରକାରଙ୍କ ଯୁବ କଲ୍ୟାଣ ଯୋଜନା ବିଷୟରେ ଯୁବ ବର୍ଗଙ୍କୁ ଅବଗତ କରାଇବ ଦଳ। ଏହା ସହ ନୂତନ ରାଷ୍ଟ୍ର ନିର୍ମାଣରେ ଯୁବବର୍ଗଙ୍କ ଭୂମିକା ବିଷୟରେ ପ୍ରଧାନମନ୍ତ୍ରୀ ଯୁବ ବର୍ଗଙ୍କୁ ଅବଗତ କରାଇବେ ।