ଦିଲ୍ଲୀରେ ଏନଡିଏ ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ
NDAର ବଡ଼ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ଏନଡିଏ ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ ଅନୁଷ୍ଠିତ । ୨୦ଟି ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଯୋଗ ଦେଇଛନ୍ତି । ଏଥିରେ NDA ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ସାମିଲ ସାମିଲ । ଜମ୍ମୁ-କାଶ୍ମୀରର ପହଲଗାମ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନ ଓ POKରେ ଥିବା ଆତଙ୍କୀ ଶିବିର ଧ୍ବଂସ, ଅପରେସନ ସିନ୍ଦୂର , ଭାରତ-ପାକ୍ ମଧ୍ୟରେ ବର୍ତ୍ତମାନ ଲାଗି ରହିଥିବା ତିକ୍ତତା ଆଦି ସମ୍ପର୍କରେ ସମ୍ମିଳନୀରେ ଆଲୋଚନା ହେବ । ପ୍ରଧାନମନ୍ତ୍ରୀ ଏନଡିଏ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେବେ।
ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଗୃହମନ୍ତ୍ରୀ ଅମିତ ଶାହ ଉପସ୍ଥିତ ରହିଛନ୍ତି । ଏହି ବୈଠକରେ ଦୁଇଟି ପ୍ରସ୍ତାବ ଗୃହୀତ ହେବ। ଅପରେସନ ସିନ୍ଦୁରର ସଫଳତା ନେଇ ଭାରତୀୟ ସେନା ଓ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରାଯିବ । ଏହାସହ ଜନଗଣନାରେ ଜାତି ଜନଗଣନା ସାମିଲ କରାଯାଇଥିବାରୁ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରାଯିବ। ବୈଠକରେ ମୁଖ୍ୟମନ୍ତ୍ରୀମାନେ ନିଜ ନିଜ ରାଜ୍ୟରେ ସୁଶାସନ ନେଇ ନିଆଯାଇଥିବା ଭଲ ପଦକ୍ଷେପ ସମ୍ପର୍କରେ ଅବଗତ କରାଇବେ । ଏହାସହ କେନ୍ଦ୍ରରେ ଏନଡିଏ ସରକାରର ବର୍ଷ ପୂର୍ତ୍ତି ଓ ଦଶମ ଯୋଗ ଦିବସ ସମ୍ପର୍କରେ ଆଲୋଚନା ହେବ ।
