ଦେଶକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି
ଦେଶକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି । ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ । ମୋଦି କ’ଣ କହିବେ ଏହାକୁ ନେଇ ସାରା ବିଶ୍ବର ନଜର ରହିଛି । ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ସେନାର ପ୍ରମୁଖ, ସିଡିଏସ ଅନିଲ ଚୌହ୍ବାନ, ଏନଏସଏ ଅଜିତ ଡୋଭାଲ ଏବଂ ବିଦେଶ ସଚିବ ବିକ୍ରମ ମିସ୍ରିଙ୍କ ସହିତ ମିଟିଂ କରିଛନ୍ତି । ଭାରତ-ପାକିସ୍ତାନ ଯୁଦ୍ଧବିରତି ପରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ସମ୍ବୋଧନ । ତେବେ ଅପରେସନ ସିନ୍ଦୂର ନେଇ ବଡ଼ ବୟାନ ସହ ନୂଆ କିଛି କଥା କିମ୍ବା ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି । ସେନା ପକ୍ଷରୁ ଲଗାତାର ‘ଅପରେସନ ସିନ୍ଦୂର’କୁ ନେଇ ପ୍ରେସ ବ୍ରିଫିଂ ଦେଇଛନ୍ତି।
