କୂଟନୀତି ଓ କଥାବାର୍ତ୍ତା ପାଇଁ ଅପିଲ୍ କଲେ ପିଏମ୍‌ ମୋଦି

ଇରାନ୍ ରାଷ୍ଟ୍ରପତିଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ ମୋଦି

ଇରାନ୍ ରାଷ୍ଟ୍ରପତିଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ ମୋଦି । ଲାଗି ରହିଥିବା ଉତ୍ତେଜନା ସ୍ଥିତିକୁ ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା। କୂଟନୀତି ଓ କଥାବାର୍ତ୍ତା ପାଇଁ ଅପିଲ୍ କଲେ ପିଏମ୍‌ ମୋଦି । ଶୀଘ୍ର ଶାନ୍ତି, ସୁରକ୍ଷା ଓ ସ୍ଥିରତା ଫେରାଇ ଆଣିବାକୁ କହିଲେ । ପ୍ରଧାନମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ‘X’ରେ ଏକ ପୋଷ୍ଟ କରି ଇସ୍ରାଏଲ-ଇରାନକୁ ଉତ୍ତେଜନା ହ୍ରାସ କରିବା ଏବଂ ପାରସ୍ପରିକ ଆଲୋଚନା କରିବାକୁ ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ତୁରନ୍ତ ଉତ୍ତେଜନା ହ୍ରାସ କରିବା ସହ କୂଟନୀତି ମାଧ୍ୟମରେ ସମାଧାନ କରିବା ଏବଂ ଆଞ୍ଚଳିକ ଶାନ୍ତି, ସୁରକ୍ଷା ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଭାରତ ସର୍ବଦା ବିଶ୍ୱାସ କରେ ଯେ, ଆଲୋଚନା ଏବଂ କୂଟନୀତି ହେଉଛି ଯେକୌଣସି ସଙ୍କଟର ସମାଧାନ। ପ୍ରଧାନମନ୍ତ୍ରୀ ମୋଦିଙ୍କ ମାସୁଦ ପେଜେଶକିୟାନଙ୍କ ସହ କଥାବାର୍ତ୍ତା ଏପରି ଏକ ସମୟରେ ହୋଇଛି ଯେତେବେଳେ ଆମେରିକା ଇରାନର ତିନୋଟି ପରମାଣୁ ସ୍ଥାନ ଉପରେ ବୋମାମାଡ଼ କରିଛି। ଯାହାକୁ ନେଇ ଏବେ ସାରା ବିଶ୍ୱର ନଜର ଏହି ଘଟଣା ପ୍ରତି ରହିଛି।