ଓଡ଼ିଶାକୁ ମୋଦିଙ୍କ ୩୯୦୦ କୋଟିର ଭେଟି

୨୫ ଲକ୍ଷ ମହିଳାଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା

‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜନତା ମଇଦାନରେ ସ୍ବତନ୍ତ୍ର ଉତ୍ସବରେ ବଟନ ଟିପି ଶୁଭାରମ୍ଭ କରିଛନ୍ତି । ହିତାଧିକାରୀଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଭାବେ ୫ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏଯାଏଁ ସୁଭଦ୍ରା ଯୋଜନାରେ ପଞ୍ଜୀକୃତ କରିଛନ୍ତି ୭୨ ଲକ୍ଷ ମହିଳା । ସେମାନଙ୍କ ମଧ୍ୟରୁ ୨୫ ଲକ୍ଷ ହିତାଧିକାରୀଙ୍କୁ ଆଜି ଟଙ୍କା ପ୍ରଦାନ କରାଯାଇଛି । ୧ କୋଟିରୁ ଅଧିକ ମହିଳାଙ୍କୁ ‘ସୁଭଦ୍ରା’ ଟଙ୍କା ମିଳିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମୋଦି ‘ସୁଭଦ୍ରା’ ବ୍ୟତିତ ଏକାଧିକ ଲୋକହିତକାରୀ ଯୋଜନାର ଶୁଭାରମ୍ଭ କରିଛନ୍ତି। PMAY-Gରେ ୧୩ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ମିଳିଛି। ଏଥିସହ PMAYର ୨୬ ଲକ୍ଷ ଲୋକଙ୍କ ଗୃହ ପ୍ରବେଶ ହୋଇଛି। ଆୱାସ-Awaas App ଶୁଭାରମ୍ଭ କରିବା ସହ PMAY ହିତାଧିକାରୀଙ୍କୁ ଗୃହ ଚାବି କରିଛନ୍ତି ପ୍ରଧାନମନ୍ତ୍ରୀ।PMAY-Urban 2.O ଗାଇଡଲାଇନ୍ ଲଞ୍ଚ୍ କରିଛନ୍ତି। ତାଛଡ଼ା ଏକାଧିକ ରେଲୱେ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି।

Leave a Reply

Your email address will not be published. Required fields are marked *