ସେବା ତୀର୍ଥ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
PMOର ନୂଆ ଠିକଣା ସେବା ତୀର୍ଥ । ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶ ସ୍ବାଧୀନ ହେବା ପରେ ପ୍ରଥମ ଥର ପାଇଁ ନୂଆ ଠିକଣା ପାଇଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ। ଆନୁଷ୍ଠାନିକ ଭାବେ ସେବା ତୀର୍ଥ ଏବଂ କର୍ତ୍ତବ୍ୟ ଭବନ ୧ ଓ ୨ ଉଦଘାଟନ କଲେ ମୋଦି । ଏହି ସ୍ଥାନରେ ଅନେକ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରାଳୟ ରହିବ । ପୂର୍ବରୁ ପିଏମଓ, ନ୍ୟସନାଲ ସିକ୍ୟୁରିଟି କାଉନସିଲ ସେକ୍ରେଟାରୀଏଟ୍ ଏବଂ କ୍ୟାବିନେଟ ସେକ୍ରେଟାରୀଏଟ୍ ପୃଥକ ପୃଥକ ସ୍ଥାନରେ ଥିଲା । ଏବେ ଗୋଟିଏ ସ୍ଥାନର କାର୍ଯ୍ୟ କରିବେ ।ସେବା ତୀର୍ଥ ଉଦଘାଟନ ପରେ ନୂଆ ଠିକଣାରେ କାର୍ଯ୍ୟ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । କେତେକ ଗୁରୁତ୍ବପୂର୍ଣ୍ଣ ଫାଇଲରେ ଦସ୍ତଖତ କରିଛନ୍ତି । କର୍ତ୍ତବ୍ୟ ଭବନ ୧ ଓ ୨ରେ ଅର୍ଥ, ପ୍ରତିରକ୍ଷା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, କର୍ପୋରେଟ୍ ଆଫାୟାର୍ସ, ଶିକ୍ଷା, ଆଇନ, ସୂଚନା ଓ ପ୍ରସାରଣ, କୃଷି, ରସାୟନ ଓ ସାର ଏବଂ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ରହିବ । ଅନ୍ୟପଟେ ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଚାଲୁଥିବା ବିଲ୍ଡିଂ ଖାଲି ହେବା ପରେ ଏହାକୁ ସର୍ବସାଧାରଣ ମ୍ୟୁଜିୟମରେ ପରିଣତ କରାଯିବ । ଯାହାର ନାଁ ରହିବ ଯୁଗେ ଯୁଗେ ଭାରତ ସଂଗ୍ରହାଳୟ ।ପ୍ରଥମ ଦିନରେ ନେଲେ ୪ଟି ବଡ଼ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ କାର୍ଯ୍ୟାଳୟରେ ନିଆଯାଇଥିବା ମୁଖ୍ୟ ନିଷ୍ପତ୍ତିଗୁଡ଼ିକ ହେଉଛି ପିଏମ ରାହତ ଯୋଜନା । ସଡ଼କ ଦୁର୍ଘଟଣାରେ ଶିକାର ହୋଇଥିବା ବ୍ୟକ୍ତିଙ୍କ ପାଇଁ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ପାଇଁ ୨୦୨୯ ସୁଦ୍ଧା ଏହି ସଂଖ୍ୟାକୁ ୩ କୋଟିରୁ ୬ କୋଟିକୁ ବୃଦ୍ଧି କରିବାକୁ ଲକ୍ଷ୍ୟ । ଚାଷୀଙ୍କ ସୁବିଧା ପାଇଁ କୃଷି ଭିତ୍ତିଭୂମି ପାଣ୍ଠିକୁ ୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଯୁବ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦେବା ପାଇଁ ୧୦,୦୦୦ କୋଟି ଟଙ୍କାର ନୂଆ ପାଣ୍ଠିକୁ ଅନୁମୋଦନ । ନୂଆ PMOର ମୁଖ୍ୟ ମନ୍ତ୍ର ହେଉଛି ‘ନାଗରିକ ଦେବୋ ଭବଃ’, ଯାହା ଦର୍ଶାଉଛି ଯେ, ସରକାର ସାଧାରଣ ଜନତାଙ୍କ ସେବା ପାଇଁ ସର୍ବଦା ପ୍ରସ୍ତୁତ ।
