ମଣିପୁର ସାହସ ଓ ବୀରତ୍ୱର ଭୂମି : ପ୍ରଧାନମନ୍ତ୍ରୀ ମୋଦି
ମଣିପୁରରେ ପ୍ରଧାନମନ୍ତ୍ରୀ ମୋଦି ଚୁରାଚାନ୍ଦପୁର ପହଞ୍ଚିଲା ପରେ ଫୁଲରେ ତାଙ୍କୁ ସ୍ବାଗତ କରାଗଲା । ପ୍ରଧାନମନ୍ତ୍ରୀ ମୋଦି ସହରର ସ୍ଥାନୀୟ ଲୋକଙ୍କ ସହିତ କଥାବାର୍ତ୍ତା ହୋଇଥିଲେ । ପ୍ରଧାନମନ୍ତ୍ରୀ ଆଜି ଚୁରାଚାନ୍ଦପୁରରେ ୭,୩୦୦ କୋଟି ଟଙ୍କାର ଅଧିକ ବିକାଶ ପ୍ରକଳ୍ପ ର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ପିଏମ୍ ମୋଦି କହିଛନ୍ତି ମଣିପୁର ଦେଶର ତାଜ ଅଟେ । ମଣିପୁର ହେଉଛି ସାହାସ ଓ ଆଗ୍ରହର ଭୂମି । ୨୦୨୪ରେ ଆମେ ମଣିପୁର ସଂଯୋଗିକରଣରେ କାମ କରିଛୁ । ବର୍ତମାନ ମଣିପୁର ର ଗାଁ ପର୍ଯ୍ୟନ୍ତ ରାସ୍ତା ପହଞ୍ଚି ସାରିଲାଣି । ଏଥିପାଇଁ ମଣିପୁର ବିକାଶ ଦିଗରେ ଗତି କରୁଛି ।ମଣିପୁର ଲୋକଙ୍କ ଚାକିରିକୁ ସଲାମ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି ମଣିପୁରର ମାଟି ହେଉଛି ସାହାସ ଓ ବିରତାର ମାଟି । ମୁଁ ମଣିପୁର ଲୋକଙ୍କ କାମକୁ ସଲାମ କରୁଛି । ଆପଣମାନେ ଏତେ ବର୍ଷା ହେବା ସତ୍ବେ ଏଠାକୁ ଆସିଛନ୍ତି । ଆପଣଙ୍କ ପ୍ରେମ ଓ ଭଲପାଇବାକୁ ମୁଁ ଧନ୍ୟବାଦ ଦେଉଛି । ପ୍ରବଳ ବର୍ଷା ଯୋଗୁଁ ମୋ ହେଲିକେପ୍ଚର ଆସି ପାରିଲା ନାହିଁ । ଏଥିପାଇଁ ମୁଁ ସଡକ ପଥରେ ଆସିବାକୁ ନିଷ୍ପତ୍ତି ନେଲି । ମୁଁ ସଡକରେ ଯେଉଁ ଦୃଶ୍ୟ ଦେଖିଲି ସେଥିପାଇଁ ମୁଁ ଇଶ୍ବରଙ୍କୁ ଧନବାଦ ଜଣାଉଛି କାରଣ ଆଜି ମୋର ହେଲିକେପ୍ଟର କାମ କଲାନାହିଁ । ମଣିପୁରର ଯୁବକ ଓ ବୟସ୍କ ଲୋକଙ୍କ ହାତରେ ତ୍ରିରଙ୍ଗା ହାତରେ ଧରିତିବାର ଦେଖିଲି । ଯାହା ମୁଁ କେବେ ମୋ ଜୀବନରେ ଭୂଲିବି ନାହିଁ ।ମଣିପୁର ଗତ ୨ ବର୍ଷ ହେଲା ହିଂସା ସହ ଜଡିତ ରହିଛି । ମୋଦି ଲୋକମାନଙ୍କୁ ଶାନ୍ତିର ଆହ୍ବାନ କରିଛନ୍ତି । ବିତି ଯାଇଥିବା ୧୧ ବର୍ଷରେ ତାଙ୍କ ସଂଘର୍ଷ ଶେଷ ହୋଇଛି । ଆଶା ଓ ବିଶ୍ବାସର ସୂର୍ଯ୍ୟ ଉଦୟ ହୋଇଛି । ବିତି ଯାଇଥିବା କିଛି ବର୍ଷରେ ଏଠାରେ ବାସ କରୁଥିବା କିଛି ଲୋକଙ୍କ ବିକାଶକୁ ପ୍ରାଥମିକତା ଦିଆଯାଇଛି । ମୁଁ ବିଶ୍ବାସ କରୁଛି ଆଗକୁ ବିଶ୍ବାସ ଓ ବଳ ମିଳିବ । ମୁଁ ସମସ୍ତ ସଂଗଠନକୁ ଅପିଲ କରୁଛି ଶାନ୍ତି ର ସହିତ ସମସ୍ତେ ଆଗକୁ ବଢନ୍ତୁ । ନିଜର ପିଲା ମାନଙ୍କର ଭବିଷତ ସୁନିଶ୍ଚିତ କରିବା ପାଇଁ ଓ ସେମାନଙ୍କର ସ୍ବପ୍ନକୁ ପୁରା କରିବା ପାଇଁ ଚେଷ୍ଟା କରିବି । ମୁଁ ଆପଣଙ୍କ ସହ ଅଛି କହିଲେ ପ୍ରଧାନମନ୍ତ୍ରୀ ମୋଦି ।ପିଏମ ମୋଦି କହିଛନ୍ତି ମଣିପୁର ହେଉଛି ସୀମାବର୍ତ୍ତୀ ରାଜ । ଏହାର ସଂଯୋଗିକରଣ ସବୁବେଳେ ଏକ ଚାଲେଞ୍ଜ ପରି ହୋଇଥାଏ । ଭଲ ରାସ୍ତା ନଥିବାରୁ ଏଠାକାର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାକି ମୁଁ ବୁଝି ପାରୁଛି । ଏଥିପାଇଁ ୨୦୧୪ ମସିହାରେ ମୁଁ ମଣିପୁରର ସଂଯୋଗିକରଣ କୁ ଲଗାତାର ଉନ୍ନତି କରିବା ପାଇଁ ଚେଷ୍ଟା କରୁଛି । ଏଥିପାଇଁ ଭାରତ ସରକାର କାମ ଆରମ୍ଭ କରିଛନ୍ତି । ଗତ କିଛି ବର୍ଷରେ ମଣିପୁର ରାଜମାର୍ଗରେ ୩,୭୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ନୂଆ ରାଜମାର୍ଗ ପାଇଁ ୮,୭୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଏହି ବିକାଶ ର ଗତି ଆଗକୁ ଆହୁରି ଗତି କରିବ ।
