ମହାପ୍ରଭୁଙ୍କ କଥା କହି ଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ

ମହାପ୍ରଭୁଙ୍କ ପାଇଁ ଟ୍ରମ୍ପଙ୍କୁ ମନା କରିଦେଲି

ଜନତା ମୈଦାନରେ ପ୍ରଧାନମନ୍ତ୍ରୀ ସମ୍ବୋଧନ ଦେଇ ମହାପ୍ରଭୁଙ୍କ କଥା କହିଛନ୍ତି । ସେ କହିଥିଲେ, କାନାଡାରେ ଜି ୭ ସମ୍ମିଳନୀରେ ମୁଁ ଥିଲି । ମୋତେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫୋନ କରିଥିଲେ । ଆଉ କହିଥିଲେ, କାନାଡା ଆସିଛନ୍ତି, ଓ୍ୱାସିଂଟନ ହେଇକି ଯିବ । ସାଙ୍ଗ ହୋଇ ଖାଇବା, କଥା ହେବା । ସେ ମୋତେ ବହୁ ସାଦରରେ ନିମନ୍ତ୍ରଣ ଦେଇଥିଲେ । ହେଲେ ମୁଁ ଆମେରିକା ରାଷ୍ଟ୍ରପତିଙ୍କୁ କହିଥିଲି, ନିମନ୍ତ୍ରଣ ପାଇଁ ଧନ୍ୟବାଦ । ହେଲେ ମୋତେ ମହାପ୍ରଭୁଙ୍କ ମାଟିକୁ ଯିବା ବହୁତ ଜରୁରୀ । ସେଥିପାଇଁ ମୁଁ ତାଙ୍କ ନିମନ୍ତ୍ରଣକୁ ନମ୍ରତା ପୂର୍ବକ ମନା କରିଦେଇଥିଲି । ଆଉ ଆପଣଙ୍କ ଭଲ ପାଇବା, ମହାପ୍ରଭୁଙ୍କ ଭକ୍ତି ମୋତେ ଏଠାକୁ ଟାଣି ଆଣିଛି । ଏହା ଏକ ସଂଯୋଗ । ଯେତେବେଳେ ଓଡ଼ିଶାର ବିଜେପି ସରକାର ଗୋଟିଏ ବର୍ଷ ପୂରଣ କରୁଛି ସେତେବେଳେ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରାର ପ୍ରସ୍ତୁତି ଚାଲିଛି । ମହାପ୍ରଭୁ ଆମ ପାଇଁ ଆରାଧ୍ୟ ବି ପ୍ରେରଣା ବି । ଆଉ ମହାପ୍ରଭୁଙ୍କ ଆଶୀର୍ବାଦରୁ ଶ୍ରୀ ଜଗନ୍ନାଥ ମନ୍ଦିର ସହ ଜଡ଼ିତ ସମସ୍ୟାର ସମାଧାନ ବି ହୋଇପାରିଛି । କୋଟି କୋଟି ଭକ୍ତଙ୍କ ନିବେଦନର ମାନ ରଖିଛନ୍ତି ମୋହନ ସରକାର । ବିଜେପି ସରକାରକୁ ଆସୁ ଆସୁ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲାଯାଇଥିଲା । ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିଛି । ଏହା କୌଣସି ରାଜନୈତିକ ଜୟବିଜୟର ବିଷୟ ନୁହେଁ । ଏହା କୋଟି କୋଟି ଭକ୍ତଙ୍କ ଆସ୍ଥାର ସମ୍ମାନ କରିବାର କାର୍ଯ୍ୟ ।