ଫେବ୍ରୁଆରୀ ୧୮ରୁ +୨ ପରୀକ୍ଷା
+୨ ପରୀକ୍ଷା ନେଇ କାର୍ଯ୍ୟସୂଚୀ ପ୍ରକାଶ କଲା CHSE । ଫେବ୍ରୁଆରୀ ୧୮ରୁ ଆରମ୍ଭ ହେବ +୨ ପରୀକ୍ଷା। ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୭ ଯାଏଁ ଚାଲିବ ପରୀକ୍ଷା। କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ପତ୍ରବିନିମୟ ପରୀକ୍ଷା। ୧୮ ତାରିଖରେ ବିଜ୍ଞାନ ବିଭାଗର ଏମ୍ଆଇଏଲ୍ ଓଡ଼ିଆ ପରୀକ୍ଷା। ୧୯ରେ କଳା ଓ ବାଣିଜ୍ୟ ପିଲାଙ୍କ ଏମ୍ଆଇଏଲ୍ ଓଡ଼ିଆ ପରୀକ୍ଷା । ୧୮ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀଙ୍କର ଏମ୍ଆଇଏଲ୍ (ଓଡ଼ିଆ) ପରୀକ୍ଷା ଅଛି। ୧୯ ତାରିଖରୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବ। ସେଦିନ ସେମାନଙ୍କର ଏମ୍ଆଇଏଲ୍ (ଓଡ଼ିଆ) ପରୀକ୍ଷା ଅଛି। ୨୦ ତାରିଖରୁ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବ। ୨୨ ତାରିଖରେ ବିଜ୍ଞାନ ଛାତ୍ରଛାତ୍ରୀଙ୍କର ଇଂରାଜୀ ପରୀକ୍ଷା ଅଛି। ୨୮ ତାରିଖରେ ବିଜ୍ଞାନ ଛାତ୍ରଛାତ୍ରୀଙ୍କର ପଦାର୍ଥ ବିଜ୍ଞାନ ବା ଫିଜିକ୍ସ ପରୀକ୍ଷା ଥିବା ବେଳେ ମାର୍ଚ୍ଚ ୪ ତାରିଖରେ ଜିଓଲୋଜି, ମାର୍ଚ୍ଚ ୭ରେ ରସାୟନ ବିଜ୍ଞାନ ବା କେମେଷ୍ଟ୍ରୀ, ମାର୍ଚ୍ଚ ୧୦ରେ ଅଲ୍ ଅଦର ଏମ୍ଆଇଏଲ୍ସ, ୧୭ରେ ଗଣିତ, ମାର୍ଚ୍ଚ ୨୧ରେ କଂପ୍ୟୁଟର ସାଇନ୍ସ, ବାୟୋଟେକ୍ନୋଲୋଜି ଓ ଇଲେକ୍ଟ୍ରୋନିକ୍ସ ଏବଂ ୨୬ ତାରିଖରେ ବାୟୋଲୋଜି (ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନ) ପରୀକ୍ଷା ଅଛି। ୨୬ ତାରିଖରେ ସକାଳ ୧୦ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ଉଦ୍ଭିଦ ବିଜ୍ଞାନ ପରୀକ୍ଷା ଥିବା ବେଳେ ୧୧ଟା ୫୦ରୁ ୧ଟା ୨୦ ପର୍ଯ୍ୟନ୍ତ ପ୍ରାଣୀ ବିଜ୍ଞାନ ପରୀକ୍ଷା ଦେବେ ଛାତ୍ରଛାତ୍ରୀ।