ଏପ୍ରିଲ ୧୬’ରୁ ଯୁକ୍ତ ୩ ନାମଲେଖା ଆବେଦନ ଆରମ୍ଭ
ଏପ୍ରିଲ ୧୬’ରୁ ଯୁକ୍ତ ୩ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବାକୁ ଯାଉଛି ଏବଂ ଜୁଲାଇ ୧୦ ସୁଦ୍ଧା ପାଠପଢା ଆରମ୍ଭ ହେବା ନେଇ ସୂଚନା ରହିଛି । ଶିକ୍ଷାବର୍ଷ ୨୦୨୫-୨୬ ସ୍ନାତକ ଶ୍ରେଣୀ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଆବେଦନକାରୀମାନେ ଏପ୍ରିଲ ୧୬ ତାରିଖ ଠାରୁ ଫର୍ମ ପୂରଣ କରିପାରିବେ । ନାମଲେଖା ପ୍ରକ୍ରିୟା ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ କରାଯିବ ।
