ବାଲିଯାତ୍ରା ପାଇଁ ୧୩ରୁ ଆରମ୍ଭ ହେବ ପ୍ଲଟ ନିଲାମୀ ପ୍ରକ୍ରିୟା
ନଭେମ୍ବର ୫ରୁ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା-୨୦୨୫ । ଐତିହାସିକ କଟକ ବାଲିଯାତ୍ରା ଷ୍ଟଲ ଖୋଲିବା ନିମନ୍ତେ ପ୍ଲଟ ପଞ୍ଜିକରଣ ପ୍ରକ୍ରିୟା ଜାରି ରହିଛି । ଏହା ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ୧୩ ତାରିଖର ପ୍ଲଟ ନିଲାମୀ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।ବର୍ତ୍ତମାନ ଉଭୟ ଅନଲାଇନ ଏବଂ ଅଫଲାଇନ ଜରିଆରେ ପଞ୍ଜିକରଣ କରାଯାଉଛି । ବାରବାଟୀ ପ୍ୟାଲେସଠାରେ ଦୈନିକ ପୂର୍ବାହ୍ନ ୧୦ ଟାରୁ ଅପରାହ୍ନ ୫ଟା ୩୦ ମିନିଟ ମଧ୍ୟରେ ଫର୍ମ ଦାଖଲ ଓ ପଞ୍ଜିକରଣ କାର୍ଯ୍ୟ ଚାଲୁ ରହିଛି । ଗତ ୨୬ ତାରିଖଠାରୁ ଏହି ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି ।ଏହା ପରେ ଆସନ୍ତା ୧୩ ତାରିଖରୁ ନିଲାମୀ ପ୍ରକ୍ରିୟା ଆରମ୍ଭ ହେବ। ଗତକାଲି ଶନିବାର ସୁଦ୍ଧା ୧୫୦ରୁ ଅଧିକ ପ୍ଲଟ ପାଇଁ ପଞ୍ଜିକରଣ କରାଯାଇଛି । ଅନଲାଇନ ମାଧ୍ୟମରେ ପଞ୍ଜିକରଣ ପାଇଁ ଇଚ୍ଛୁକ ବ୍ୟକ୍ତି www.baliyatra.net ୱେବସାଇଟକୁ ଯାଇ ପଞ୍ଜିକରଣ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।
