ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର !

ନନ୍ଦନକାନନରେ ଏଣିକି ରୋପୱେ ମଜା !

ଆସିଲା ନନ୍ଦନ କାନନକୁ ନେଇ ଖୁସି ଖବର । ଏଣିକି ପର୍ଯ୍ୟଟକଙ୍କ ମିଳିବ ଢେର ଆନନ୍ଦ । ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକ ନେବେ ରୋପ୍‌‌ୱେ ମଜା। ଆଜି ନନ୍ଦନକାନନରେ ଉଦଘାଟିତ ହୋଇଛି ରୋପୱେ । ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘଟାନ କରିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ। ରୋପ୍‌‌ୱେକୁ ସମ୍ପୂର୍ଣ୍ଣ ଅତ୍ୟାଧୁନୀକରଣ କରାଯାଇଛି । ଏହା ସମ୍ପୂର୍ଣ୍ଣ ବିପଦମୁକ୍ତ । ସବୁଠୁ ବଡ଼ କଥା ହେଲା କି ଏହା ଘଣ୍ଟାକରେ ୪ ଶହରୁ ଅଧିକ ପର୍ଯ୍ୟଟକଙ୍କୁ ସେବା ଯୋଗାଇବ।୨ଟି ଟାୱାର ସହ ୬୨୬ ମିଟର ଲମ୍ବରୁ ଅଧିକ ମୋନୋ କେବୁଲ ପଲ୍ସଡ୍‌‌ ସହିତ ଏହି ରୋପ୍‌‌ୱେ ନିର୍ମାଣ କରାଯାଇଛି।

ଏହି କ୍ୟାବିନ୍‌‌ର କ୍ଷମତା ୬ ଜଣ ଏବଂ ଏଥିରେ ଏକକାଳୀନ ୧୨ଟି କ୍ୟାବିନ୍‌‌ କାମ କରିବ। ଏହିପରି ୭୨ଜଣ ଏକା ସମୟରେ ଗତି କରିପାରିବେ। ରୋପ୍‌‌-ୱେର ମଜା ନେବା ପାଇଁ ଟିକଟ ବାବଦକୁ ଜଣ ପିଛା ୧୨୦ଟଙ୍କା ଆଦାୟ କରାଯିବ। ଯଦି ପର୍ଯ୍ୟଟକ ପ୍ରାଣୀଉଦ୍ୟାନ ପଟୁ ରୋପ୍‌‌-ୱେରେ ଯାଇ ବଟାନିକାଲ ଗାର୍ଡେନ ବୁଲିବେ, ୨୦ ଟଙ୍କା ଅଧିକ ଅର୍ଥାତ୍‌‌ ୧୪୦ ଟଙ୍କା ଦେବାକୁ ପଡ଼ିବ।ସେହିପରି ଯେଉଁ ପର୍ଯ୍ୟଟକ ବଟାନିକାଲ ଗାର୍ଡେନ ପଟୁ ରୋପ୍‌‌-ୱେରେ ଆସି ପ୍ରାଣୀଉଦ୍ୟାନ ବୁଲିବା ପାଇଁ ଚାହିଁବେ, ସେମାନଙ୍କଠାରୁ ୫୦ ଟଙ୍କା ଅଧିକ ଅର୍ଥାତ୍‌‌ ୧୭୦ଟଙ୍କା ଆଦାୟ କରାଯିବ। ଯାହାକୁ ନେଇ ପର୍ଯ୍ୟଟକଙ୍କ ମନରେ ବେଶ୍ ଉତ୍ସାହ ଥିବା ଦେଖିବାକୁ ମିଳୁଛି।