ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ
ମଧ୍ୟପ୍ରଦେଶର ଶିବପୁରୀରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ । ପାଇଲଟ ସୁରକ୍ଷିତ ଥିବା କୁହାଯାଉଛି । ମଧ୍ୟପ୍ରଦେଶର ଶିବପୁରୀ ଅଞ୍ଚଳରେ ଦୁର୍ଘଟଣଗ୍ରସ୍ଥ ହୋଇଛି ଭାରତୀୟ ବାୟୁସେନା ଲଢୁଆ ବିମାନ ମିରାଜ ୨୦୦୦। ନିୟମିତ ଅଭ୍ୟାସ ସମୟରେ ଏକ କ୍ଷେତରେ ବିମାନଟି ଖସି ପଡିଥିବା ସୂଚନା ମିଳିଛି। ବିମାନ ତଳକୁ ଖସିବା ପୂର୍ବରୁ ଦୁଇ ପାଇଲଟ ସୁରକ୍ଷିତ ଏଥିରୁ ବାହାରିଯିବାରେ ସକ୍ଷମ ହୋଇଛନ୍ତି। ନିଆଁ ଲାଗିବା ପୂର୍ବରୁ ପାଇଲଟ୍ ବିମାନକୁ ଆବାସିକ ଅଞ୍ଚଳରୁ ଦୂରରେ ରଖିବାରୁ ଏହା ନିକଟବର୍ତ୍ତୀ ଘରଗୁଡ଼ିକର କୌଣସି କ୍ଷତି କରିନଥିଲା। ଖବର ପାଇ ସ୍ଥାନୀୟ ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ତଦନ୍ତ ପାଇଁ କୋର୍ଟ ଅଫ୍ ଇନକ୍ୱାରୀ ନିର୍ଦ୍ଦେଶ ଦିଆଯାଇଛି। ପ୍ରତିରକ୍ଷା ଅଧିକାରୀମାନେ କହିଛନ୍ତି ଯେ ଅଧିକ ଯାଞ୍ଚ ପରେ ଅଧିକ ବିବରଣୀ ପ୍ରକାଶ କରାଯିବ।
