ଆଜିଠୁ ଆରମ୍ଭ ପିତୃପକ୍ଷ

ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଦେବେ ଉତ୍ତରଦାୟାଦ

ଆଜିଠୁ ଆରମ୍ଭ ପିତୃପକ୍ଷ । ଏହି ପକ୍ଷରେ ଘରର ପୂର୍ବ ପୁରୁଷ ତଥା ପିତୃପକ୍ଷଙ୍କୁ ଶ୍ରାଦ୍ଧତର୍ପଣ କଲେ ସେମାନଙ୍କ ଆତ୍ମା ପରିପୂର୍ଣ୍ଣ ହେବ ବୋଲି ଲୋକାଚାରରେ ମତ ରହିଛି । ବିଶେଷ କରି ଆଜି ଆଶ୍ବିନ କୃଷ୍ଣ ପ୍ରତିପଦା ହୋଇଥିବା ଯୋଗୁଁ ଏହି ପିତୃପକ୍ଷ ଆରମ୍ଭ ହୋଇଛି । ଏହା ଆଜିଠୁ ଆସନ୍ତା ଅମାବାସ୍ୟା ପର୍ଯ୍ୟନ୍ତ ୧୫ଦିନ ବ୍ୟାପି ପାଳିତ ହେବ । ପିତୃପକ୍ଷ ଦିବସ ଅବସରରେ ଶ୍ରୀକ୍ଷେତ୍ରର ବିଭିନ୍ନ ସ୍ଥାନରେ ଦୂରଦୂରାନ୍ତରୁ ଭକ୍ତ ଆସି ନିଜ ପିତୃପୁରୁଷଙ୍କ ଉଦ୍ଧାର ନିମନ୍ତେ ପିଣ୍ଡଦାନ କରୁଥିବା ଦେଖିବାକୁ ମିଳିଛି ।

ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ଓ ନରେନ୍ଦ୍ର ପୁଷ୍କରଣୀରେ ତିଳତର୍ପଣ କରିବେ ଶହ ଶହ ଲୋକେ। ଖାଲି ଶ୍ରୀକ୍ଷେତ୍ର ନୁହେଁ ବିରଜା କ୍ଷେତ୍ର ଯାଜପୁରରେ ମଧ୍ୟ ଭିଡ ଦେଖିବାକୁ ମିଳିଛି । ବୈତରଣୀ ନଦୀର ଦଶାଶ୍ଵମେଧ ଘାଟ ଏବଂ ନାଭିଗୟାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଚାଲିଥିବା ଦେଖିବାକୁ ମିଳିଛି ।