ପିକ୍ଅପ୍ ଭ୍ୟାନ୍ ଡ୍ରାଇଭରକୁ ନିସ୍ତୁକ ମାଡ଼

ପରିବା ଭ୍ୟାନ୍ ଚାପରେ ଶିଶୁ ମୃତ

ପରିବା ବୋଝେଇ ପିକଅପ୍ ଭ୍ୟାନ ଚାପାରେ ୪ ବର୍ଷର ଶିଶୁକନ୍ୟା ମୃତ । ଗଜପତି ଜିଲ୍ଲା ଅଡବା ଥାନା ଗଣ୍ଡାଗୁଡା ଗାଁରେ ଦୁର୍ଘଟଣା । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଡ୍ରାଇଭରକୁ ଅଟକ ରଖି ପ୍ରବଳ ମାଡ ମାରିଛନ୍ତି ଗାଁଲୋକ । ଖବର ପାଇ ଅଡବା ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହ ଡ୍ରାଇଭରଙ୍କୁ ଉଦ୍ଧାର କରିଛି । ସକାଳୁ ଗାଁକୁ ପରିବା ବିକ୍ରି ପାଇଁ ଏକ ପିକଅପ୍ ଭ୍ୟାନ ଆସିଥଲା । ଲୁସିୟାନା ନାୟକ ଗାଡିରୁ ପରିବା କିଣିବା ପରେ ଡ୍ରାଇଭର ଗାଡିକୁ ଆଗକୁ ନେଇଥିଲେ । ଏହି ସମୟରେ ଲୁସିୟାନାଙ୍କ ଝିଅ ଗାଡିର ଚକତଳେ ରହିଯାଇଥିଲେ । ଫଳରେ ଘଟଣାସ୍ଥଳରେ ଶିଶୁଟିର ମୃତ୍ୟୁ ହୋଇଯାଇଛି ।