ପ୍ରିମିୟମ୍ ପେଟ୍ରୋଲ ଲିଟର ପିଛା ୨ ଟଙ୍କା ୩୫ ପର୍ଯ୍ୟନ୍ତ ବଢ଼ିଲା
ଭାରତରେ ମହଙ୍ଗା ହେଲା ପେଟ୍ରୋଲ। ପ୍ରିମିୟମ୍ ପେଟ୍ରୋଲ ଲିଟର ପିଛା ୨ ଟଙ୍କା ୩୫ ପର୍ଯ୍ୟନ୍ତ ବଢ଼ିଲା। ମଧ୍ୟପ୍ରାଚ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁଁ ବିଶ୍ୱ ବଜାରରେ ତେଲ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଏହାର ପ୍ରଭାବ ଏବେ ଭାରତୀୟ ଗ୍ରାହକଙ୍କ ଉପରେ ପଡ଼ିବା ଆରମ୍ଭ ହୋଇଛି। ମାର୍ଚ୍ଚ ୨୦ରୁ ପ୍ରିମିୟମ୍ ପେଟ୍ରୋଲ ଦରରେ ବୃଦ୍ଧି କରାଯାଇଛି।ଭାରତର ପ୍ରମୁଖ ତେଲ କମ୍ପାନୀଗୁଡ଼ିକ ସେମାନଙ୍କର ପ୍ରିମିୟମ୍ ପେଟ୍ରୋଲର ଦର ଲିଟର ପିଛା ୨ ଟଙ୍କା ୯ ପଇସାରୁ ୨ ଟଙ୍କା ୩୫ ପଇସା ପର୍ଯ୍ୟନ୍ତ ବଢ଼ାଇଛନ୍ତି। ସାଧାରଣ ପେଟ୍ରୋଲ ଅପରିବର୍ତ୍ତିତ ରହିଛି। ବର୍ତ୍ତମାନ ପାଇଁ କେବଳ ପ୍ରିମିୟମ୍ ପେଟ୍ରୋଲ ଦର ବଢ଼ିଛି। ସାଧାରଣ ପେଟ୍ରୋଲ ଦରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।ପେଟ୍ରୋଲ ଫେବ୍ରୁଆରୀ ୨୮ରେ ଆମେରିକା-ଇସ୍ରାଏଲର ଇରାନ ଉପରେ ଆକ୍ରମଣ ପରେ ସାରା ଗଲ୍ଫ ଅଞ୍ଚଳରେ ଯୁଦ୍ଧ ଜାରି ରହିଛି। ବିଶ୍ୱର ପ୍ରାୟ ୨୦% ତେଲ ପରିବହନ ହେଉଥିବା ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍’ ପଥ ପ୍ରାୟତଃ ବନ୍ଦ ହୋଇଯାଇଥିବାରୁ ଏଭଳି ସ୍ଥିତି ଉପୁଜିଛି।
