ବଢିବନି ପେଟ୍ରୋଲ ଓ ଡିଜେଲ୍ ଦର
ବଢିବନି ପେଟ୍ରୋଲ ଓ ଡିଜେଲ୍ ଦର । ଏକ୍ସାଇଜ ଡ୍ୟୁଟି ବୃଦ୍ଧି ପରେ ମଧ୍ୟ ବଢିବନି ପେଟ୍ରୋଲ ଓ ଡିଜେଲ୍ ଦାମ୍ । ଏନେଇ ପେଟ୍ରୋଲିୟମ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି । ବର୍ତ୍ତମାନ ଅଶୋଧିତ ତୈଳର ଅନ୍ତର୍ଜାତୀୟ ମୂଲ୍ୟରେ ଅସ୍ଥିରତା ରହିଛି । ଏପରି ପରିସ୍ଥିତିରେ, ତୈଳ ଦର ବୃଦ୍ଧି ପଦକ୍ଷେପ ସାଧାରଣ ଲୋକଙ୍କ ପକେଟ ଉପରେ ଅତିରିକ୍ତ ବୋଝ ପକାଇଥାନ୍ତା । ଏକ୍ସାଇଜ ଡ୍ୟୁଟି ବୃଦ୍ଧି ପରେ ପେଟ୍ରୋଲ ଓ ଡିଜେଲ୍ ଦାମ୍ ବଢିବା ନେଇ ଚର୍ଚ୍ଚା ହୋଇଥିଲା।
