‘ପେସା ଆଇନ ଲାଗୁ ପୂର୍ବରୁ ନିଆଯିବ ଲୋକଙ୍କ ମତ’
ପେସା ଆଇନ୍ ଲାଗୁ ପୂର୍ବରୁ ଲୋକଙ୍କ ମତ ନେବେ ରାଜ୍ୟ ସରକାର । ଲୋକଙ୍କ ମତ ନେବା ସହ କରିବେ ସଚେତନତା ସଭା । ଏନେଇ ଜନଜାତି ଗୌରବ ଦିବସରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ପ୍ରତି ଗାଁରେ ଜନସଭା କରାଯିବ । ‘ପେସା’ କିପରି କାର୍ଯ୍ୟକାରୀ ହେବ ସେନେଇ ବିସ୍ତୁତ ଆଲୋଚନା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।