ମେଣ୍ଟକୁ ନେଇ ଶରତ ପଟ୍ଟନାୟକଙ୍କ ପ୍ରତିକ୍ରିୟା

ଯଦି ସାହାସ ଅଛି, ତେବେ ମେଣ୍ଟ ହେବ ନାହିଁ ବୋଲି ଘୋଷଣା କରନ୍ତୁ

ମେଣ୍ଟକୁ ନେଇ ଭି.କେ ପାଣ୍ଡିଆନଙ୍କ ବୟାନ ପରେ ଏହାକୁ କାଉଣ୍ଟର କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି, ଦିଲ୍ଲୀରେ ପାଣ୍ଡିଆନ୍ ଦେଇଥିବା ବୟାନ, ବିଜେଡି ଓ ବିଜେପି ମଧ୍ୟରେ ଥିବା ସଂପର୍କକୁ ସ୍ପଷ୍ଟ କରିଛି। ଉଭୟ ଦଳ ମିଶିକି ଅଛନ୍ତି । ନବୀନଙ୍କ ଯଦି ସାହାସ ଅଛି, ତେବେ ମେଣ୍ଟ ହେବ ନାହିଁ ବୋଲି ଘୋଷଣା କରନ୍ତୁ । ରାଜ୍ୟରେ ପ୍ରମୁଖ ବିରୋଧୀ ବିଜେପି ଓ ଶାସକ ବିଜେଡି ଏକାଠି ହେବେ, ଏହା କେଉଁ ଭଳି ରାଜନୀତି ବୋଲି କହିଛନ୍ତି ପିସିସି ସଭାପତି । ତେବେ ମେଣ୍ଟ ବାବଦରେ ଫାଇଭ-ଟି ଅଧ୍ୟକ୍ଷ କହିଛନ୍ତି, ବୃହତର ସ୍ୱାର୍ଥ ଦୃଷ୍ଟିରୁ ଏକାଠି ହୋଇପାରନ୍ତି ବିଜେଡି-ବିଜେପି । କିନ୍ତୁ ମେଣ୍ଟ ହେବ କି ନାହିଁ ସ୍ପଷ୍ଟ କରିନାହାନ୍ତି । ଓଡ଼ିଶାରେ ନବୀନ ପଟ୍ଟନାୟକ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ସେହିପରି ମୋଦୀ ମଧ୍ୟ ପ୍ରଧାନମନ୍ତ୍ରୀ ହେବେ ବୋଲି ସେ କହିଛନ୍ତି । ବଡ କଥା ହେଉଛି ସେ କହିଛନ୍ତି, ଓଡ଼ିଶାରେ ବିଜେଡିକୁ ସରକାର ଗଢିବାକୁ ହେଲେ ବିଜେପିର ଆବଶ୍ୟକତା ନାହିଁ । କି କେନ୍ଦ୍ରରେ ବିଜେପିକୁ ସରକାର ଗଢିବାକୁ ହେଲେ ବିଜେଡିର ସହଯୋଗ ଆବଶ୍ୟକ ପଡିନପାରେ ।