‘ରାଜ୍ୟରେ ସୁଭଦ୍ରା ପୂଜା ପାଉଛନ୍ତି କିନ୍ତୁ ସୁଭଦ୍ରାଙ୍କୁ ସୁରକ୍ଷା ଦେବାରେ ବିଫଳ ସରକାର’
ଦିଲ୍ଲୀରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଓ ପ୍ରଭାରୀ ଅଜୟ କୁମାର ଲଲ୍ଲୁ। ଡବଲ ଇଞ୍ଜିନ ସରକାରରେ ଓଡ଼ିଶାରେ ରେପ୍ ବଢ଼ିଛି। ନାରୀ ଅସୁରକ୍ଷିତ ହୋଇପାରିଛନ୍ତି । ନାବାଳିକା ଆବାସ ସ୍କୁଲ ଗର୍ଭବତୀ ହେଉଛନ୍ତି ଛୁଆ ବି ଜନ୍ମ କରିଛନ୍ତି । ଶିକ୍ଷକ ଓ ଅଧିକାରୀ କରୁଥିଲେ କଣ । କେନ୍ଦୁଝର ଜିଲ୍ଲାରେ ଷଷ୍ଠ ଶ୍ରେଣୀରେ ଛାତ୍ରୀ ଗର୍ଭବତୀ ହେଉଛି । ବେଟି ବଢ଼ାଅ କଥା କହୁଛନ୍ତି ଏ କଣ ବେଟି ବଢ଼ାଅ । ସରକାରରେ ଥିବା ମନ୍ତ୍ରୀ ଓ ଅଧିକାରୀଙ୍କ ଘରେ ମହିଳା ଅଛନ୍ତି ତ? କେନ୍ଦ୍ରାପଡାରେ ଜଣେ ଛାତ୍ରୀ ଆତ୍ମହତ୍ୟା କଲା ଜଣେ ଶିକ୍ଷକ ପରୀକ୍ଷା ହଲ୍ ରେ ପୁରେଇବା ଆଳରେ ନିର୍ଯାତନା ଦେଲା। କୋରାପୁଟର ଲକ୍ଷ୍ମୀ ପୂର୍ ରେ ମାଇନର ଗ୍ରାଲ୍ ସହ ଗଣଦୁଷ୍କର୍ମ ହେଲା । ବାଲେଶ୍ଵର ରେ 10ବର୍ଷର ଝିଅ ସହ ଦୁଷ୍କର୍ମ କରି ମାରିଦିଆ ଗଲା । ମୟୂରଭଞ୍ଜ ତଥା ରାଷ୍ଟ୍ରପତିଙ୍କ ଗାଁ ରେ ଜଣେ ନାବାଳିକା କୁ ଦୁଷ୍କର୍ମ ହେଲା । ଏ ଘଟଣା ଗୁଡ଼ିକ ବେଶୀଦିନ ନୁହେଁ । 10ରୁ 15ଦିନ ଭିତରେ ସବୁ ହୋଇଛି । ବିଜେଡି ସରକାର ରେ ଅଧିକ ହୋଇଥିଲା ବିଜେପିରେ କମ ହେଉଛି। ପାପରେ ପାପ କରୁଛନ୍ତି ତାଙ୍କ ଉପରେ ଦୋଷ ଦେଇ । 24ବର୍ଷର କଥା କହି 8ମାସର କଥା ବିଜେପି ଭୁଲି ଯାଉଛି । ସରକାର ଚାଲୁଛି କି ନାହିଁ ଓଡ଼ିଶାରେ । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ନାବାଳିକା ଗର୍ଭବତୀ ହେଉଛି ମୁଖ୍ୟମନ୍ତ୍ରୀ ଚୁପ୍। ଏହା ଉପରେ ରାଷ୍ଟ୍ରପତି ଧ୍ୟାନ ଦେବା କଥା । ନ୍ୟାୟ ସରକାର ଯଦି ଦେଇପାରୁନାହାନ୍ତି ତେବେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରନ୍ତୁ । ଜଣେ ଜଜଙ୍କ ଦ୍ଵାରା ତଦନ୍ତ କରାଇ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ । ଆଦିବାସୀ ଦଳିତଙ୍କୁ ମଣିଷ ଭାବୁନି ବିଜେପି । କଂଗ୍ରେସ ଚୁପ୍ ବସିବ ନାହିଁ । ସରକାର ତୁରନ୍ତ ମହିଳାଙ୍କୁ ସୁରକ୍ଷା ଦିଗରେ ପଦକ୍ଷେପ ନିଅନ୍ତୁ । ସରକାରଙ୍କ ଭିତରେ ମାନବିକତା ନାହିଁ ସେଥି ପାଇଁ ନୀରବ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ୪୪ହଜାର ମହିଳା ଓ ଛୁଆ ନିଖୋଜ ଅଛନ୍ତି ଓଡ଼ିଶାର ବିଧାନସଭାରେ କହିଛନ୍ତି। ଯେଉଁ ରାଜ୍ୟରେ ସୁଭଦ୍ରା ପୂଜା ପାଉଛନ୍ତି କିନ୍ତୁ ସୁଭଦ୍ରାଙ୍କୁ ସୁରକ୍ଷା ଦେବାରେ ବିଫଳ ସରକାର। ଅନେକ ମାମଲା ବି ରୁଜୁ ହେଉନି । ବିଜେଡି ବିଜେପି ମିଳିତ ସରକାର ମହିଳାଙ୍କ ସହ ଯେଉଁ ନିର୍ଯାତନା କରିଛନ୍ତି କ୍ଷମଣ ନୁହେଁ । ରାଷ୍ଟ୍ରପତିଙ୍କ ଜିଲ୍ଲାରେ ନାବାଳିକା ଗର୍ଭବତୀ ହେଉଛି କିନ୍ତୁ ସରକାର ନୀରବ । ଗୃହ ମନ୍ତ୍ରୀ ବୈଠକ ବୈଠକ ନେଉଛନ୍ତି କିନ୍ତୁ ତାଙ୍କ ଗୁଇନ୍ଦା କଣ କରିଛନ୍ତି । ଆମେ ରାଜନୀତି କରିନାହୁ। ମହିଳାଙ୍କ ସୁରକ୍ଷା ସରକାରଙ୍କ ଠାରୁ ମାଗୁଛୁ। 10ରେ ଜିଲ୍ଲା ଜିଲ୍ଲାରେ ଆନ୍ଦୋଳନ କରିବୁ । ମୁଖ୍ୟମନ୍ତ୍ରୀଙ୍କ ଘର ଘେରାଉ କରିଥିଲୁ କିନ୍ତୁ ସରକାର ଶୁଣିଲେ ନି । ଦଳିତ ଓ ଆଦିବାସୀ ମହିଳା ସୁରକ୍ଷା ନାହାନ୍ତି । ବର୍ଷ ବର୍ଷ ନିଖୋଜ ଥିଲା ମହିଳା ଓ ଛୁଆଙ୍କୁ ଖୋଜନ୍ତୁ ସରକାର । କଂଗ୍ରେସ ଏକ କମିଟି ଗଠନ କରିଛି ନ୍ୟାୟ ପାଉନଥିବା ପରିବାରଙ୍କ ପାଖକୁ ଯାଉଛି ତାଙ୍କୁ ସବୁ ପ୍ରକାର ସାହାଯ୍ୟ ଦେବ ଦଳ । ଓଡ଼ିଶାରେ ମହିଳା ଅସୁରକ୍ଷିତ ।
