ପୀଡ଼ିତାଙ୍କ ଅବସ୍ଥା ସଙ୍କଟାପନ୍ନ

ପୀଡ଼ିତାଙ୍କ ଅବସ୍ଥା ସଙ୍କଟାପନ୍ନ, ୪୮ ଘଣ୍ଟା ଗୁରୁତ୍ବପୂର୍ଣ୍ଣ: ଏମ୍ସ  ନିର୍ଦ୍ଦେଶକ

ବଳଙ୍ଗା ପୀଡ଼ିତାଙ୍କ ସ୍ଥିତିକୁ ନେଇ ଭୁବନେଶ୍ବର ଏମ୍ସ ମୁଖ୍ୟ ଡାକ୍ତର ଆଶୁତୋଷ ବିଶ୍ବାସ ଦେଇଛନ୍ତି ଗୁରୁତ୍ବପୂର୍ଣ୍ଣ ତଥ୍ୟ । କହିଛନ୍ତି, ଝିଅର ଅବସ୍ଥା ସଙ୍କଟାପନ୍ନ ରହିଛି । ତା ଶରୀରର ୭୫ ଭାଗ ପୋଡ଼ିଯାଇଛି । ତେବେ ଶ୍ବାସନଳୀ ଏବଂ ଅନ୍ୟ ଅର୍ଗାନ ଗୁଡ଼ିକ କାର୍ଯ୍ୟ କରୁଛି କି ନା ତା ଉପରେ ଡାକ୍ତରୀ ଟିମ୍ ନଜର ରଖିଛି । ତେବେ ଆସନ୍ତା ୪୮ରୁ ୭୨ ଘଣ୍ଟା ଗୁରୁତ୍ବପୂର୍ଣ୍ଣ । ଆହୁରି ମଧ୍ୟ କହିଛନ୍ତି, ’ଯଦିଓ ଝିଅ କଥାବାର୍ତ୍ତା କରୁଛି କିନ୍ତୁ  ସେ ମେଣ୍ଟାଲ ଟ୍ରମାରେ ଅଛି । ଭେଣ୍ଟିଲେଟର ଲାଗିନଥିଲେ ବି ତାଙ୍କୁ ଆଇସିୟୁରେ ଅକ୍ସିଜେନରେ ରଖାଯାଇଛି । ପୀଡ଼ିତାଙ୍କ ସ୍ଥିତିକୁ ଦୃଷ୍ଟିରେ ରଖି  ଏବେ ତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯିବା ସମ୍ଭବ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ଡାକ୍ତର ବିଶ୍ବାସ ।