ଭୁବନେଶ୍ବର ମହାନଗର ନିଗମର ପ୍ରଥମ ପଥ ଉତ୍ସବ

ରାଜଧାନୀରେ ଜମୁଛି ପଥ ଉତ୍ସବ

ରାଜଧାନୀରେ ଜମୁଛି ପଥ ଉତ୍ସବ । ଝୁମୁଛନ୍ତି ଦର୍ଶକ । ନୂଆବର୍ଷରେ ଭୁବନେଶ୍ବର ମହାନଗର ନିଗମର ପ୍ରଥମ ପଥ ଉତ୍ସବ । ଶୀତୁଆ ସକାଳରେ ଧୁମ୍ ମଚାଉଛନ୍ତି ରାଜଧାନୀବାସୀ । ରଙ୍ଗୋଲି ଛିଟାରେ ଝଲସୁଛି ଭୁବନେଶ୍ବର ଜନପଥର ମାଷ୍ଟର କ୍ୟାଣ୍ଟିନଠାରୁ ରାମ ମନ୍ଦିର ରାସ୍ତା । ଓଡ଼ିଶୀ ଓ ମଡନ୍ ଡ୍ୟାନ୍ସରେ ମତୁଆଲା ଦର୍ଶକ ।ଜୁମ୍ବା ଏବଂ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଅଣାଯିବାକୁ ଏହା ଏକ ପ୍ରୟାସ। ଯୋଗ, ସ୍କେଟିଂ, ବିଭିନ୍ନ ପ୍ରକାରର ଗେମ୍ସ, ଷ୍ଟ୍ରିଟ୍ ପ୍ଲେ, ପାରମ୍ପରିକ ନୃତ୍ୟରେ ଦୁଲୁକୁଛି ରାଜଧାନୀର ରାଜରାସ୍ତା । ସବୁ ବର୍ଗର ମହିଳା ପୁରୁଷ, ଶିଶୁ ଓ ଯୁବକ ଯୁବତୀଙ୍କ ମନୋରଞ୍ଜନ ପାଇଁ BMC ପକ୍ଷରୁ ପଥ ଉତ୍ସବର ଆୟୋଜନ କରାଯାଇଛି ।

Leave a Reply

Your email address will not be published. Required fields are marked *