ଆଜିଠୁ ସଂସଦର ବଜେଟ ଅଧିବେଶନ
ଆଜିଠୁ ସଂସଦର ବଜେଟ ଅଧିବେଶନ । ବଜେଟ୍ ଅଧିବେଶନ ୨ଟି ପର୍ଯ୍ୟାୟରେ ଚାଲିବ । ରାଷ୍ଟ୍ରପତି ଉଭୟ ଗୃହକୁ କରିବେ ସମ୍ବୋଧନ । ଆସନ୍ତାକାଲି ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସୋମବାର ଠାରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଆରମ୍ଭ ହେବ ଆଲୋଚନା। ଚଳିତ ଥର ଦୁଇଟି ପର୍ୟ୍ୟାୟରେ ସଂସଦର ବଜେଟ ଅଧିବେଶନ ଚାଲିବ । ଆସନ୍ତାକାଲିଠୁ ଫେବ୍ରୁଆରୀ ୧୩ ଯାଏ ପ୍ରଥମ ପର୍ୟ୍ୟାୟ ଓ ଦ୍ବିତୀୟ ପର୍ୟ୍ୟାୟ ଅଧିବେଶନ ଚାଲିବ ମାର୍ଚ୍ଚ ୧୦ରୁ ଏପ୍ରିଲ ୪ ତାରିଖ ଯାଏ ଚାଲିବ । ଅଷ୍ଟମ ଥର ଅର୍ଥମନ୍ତ୍ରୀ ଭାବରେ ସଂସଦରେ ବଜେଟ୍ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ । ସେ ଦେଶବାସୀଙ୍କୁ କି ଉପହାର ଦେବେ ତା ଉପରେ ସମସ୍ତଙ୍କର ନଜର ରହିଛି । ବିଶେଷ କରି ନିର୍ମଳାଙ୍କ ପେଡ଼ିରେ ମଧ୍ୟବିତ୍ତ ଓ ଆୟକରଦାତାଙ୍କ ପାଇଁ କ’ଣ ରହିଛି ତାକୁ ଅପେକ୍ଷା ।
