କାଲିଠୁ ଆରମ୍ଭ ହେବ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ

କାଲିଠୁ ଆରମ୍ଭ ହେବ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ

କାଲିଠୁ ଆରମ୍ଭ ହେବ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ । କାଲି ସଂଧ୍ୟା ୫ଟାରୁ ରାତି ୮ଟା ମଧ୍ୟରେ ଶ୍ରୀ ନିଅରରେ ଗଜପତି ମହାରାଜଙ୍କ ଦ୍ୱାରା ଆଚାର୍ୟ୍ୟ ବରଣ, ଆଙ୍କୁରାରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ । ୧୩ ଓ ୧୪ ତାରିଖ ଦିନ ଅଙ୍କୁର ପୁଜନ ସହ ଯଜ୍ଞ ଅଧିବାସ କରାଯିବ । ଏନେଇ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ନିଳାଦ୍ରୀ ଭକ୍ତ ନିବାସରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍ପି, ଶ୍ରୀମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ବୈଠକରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମ୍ପକରେ ଆଲୋଚନା ହୋଇଛି । ଆସନ୍ତା ୧୭ ତାରିଖରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବ । ଏହାପୂର୍ବରୁ ୧୪ ତାରିଖ ଦିନ ଅଙ୍କୁର ପୁଜନ, ଯଜ୍ଞ ଅଧିବାସ, ମଣ୍ଡଳ ସ୍ଥାପନ, ଧ୍ୱଜାସ୍ଥାପନ ଓ ତୋରଣ ସ୍ଥାପନା କରାଯିବ । ସେହିଭଳି ୧୫ ତାରିଖରେ ଅଖଣ୍ଡ ଦୀପ ସ୍ଥାପନ, ପଂଚ କର୍ମ, ଆଚାର୍ୟ୍ୟଙ୍କ ଦ୍ୱାରା ବ୍ରହ୍ମଣ ବରଣ, ମଣ୍ଡଳ ପୂଜନ, ଶ୍ରୀ ମନ୍ଦିର ଚାରି ଦ୍ୱାରରେ ବେଦ ପରାୟଣ ଓ ଅନଃପ୍ରଦକ୍ଷଣ ପଥରେ ନାମ ସଂକିର୍ତନ କରାଯିବ । ସେହିପତି ୧୬ ତାରିଖରେ ସୂର୍ୟ୍ୟପୂଜା ସହ ଯଥାବିଧି ପୂଜାର୍ଚ୍ଚନା କରାଯିବ । ଏବଂ ୧୭ ତାରିଖରେ ଯଜ୍ଞର ପୂର୍ଣ୍ଣାହୁତି ଦିଆଯିବ । ସେହିଦିନ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଚ୍ଚନାୟକ ।