ବନ୍ଦ ଘରୁ ମିଳିଲା ୫ଟି ମୃତଦେହ
ଆମେରିକାର ସିକାଗୋ ଉପନଗରୀ ରୋମିଓଭାଇଲ୍ ସ୍ଥିତ ଏକ ବାସଭବନରୁ ମିଳିଲା ପାଞ୍ଚଟି ମୃତଦେହ । ଏକ ଦମ୍ପତି, ସେମାନଙ୍କର ୨ ସନ୍ତାନ ଓ ୩ଟି କୁକୁରଙ୍କର ଗୁଳିବିଦ୍ଧ ଶବ ଉଦ୍ଧାର କରିଥିବା କଥା ସୂଚନା ରହିଛି । ଜନସାଧାରଣ ଭଲରେ ଅଛନ୍ତି ନା, ନାହିଁ, ଯାଞ୍ଚ କରୁଥିବା ବେଳେ ରୋମିଓଭାଇଲ୍ସ୍ଥିତ ପୁଲିସ ଅଧିକାରୀମାନେ ଘଟଣା ସଂକ୍ରାନ୍ତରେ ଜାଣିବାକୁ ପାଇଥିଲେ । ମୃତ ଦମ୍ପତି ହେଉଛନ୍ତି ଆଲବର୍ଟୋ ରୋଲନ୍ ଓ ଜୋରୈଡ଼ା ବାର୍ତୋଲ୍ମେଇ। ୧୦ ବର୍ଷିୟ ଏଡ୍ରିଏଲ୍ ଓ ୭ ବର୍ଷିୟ ଡିଏଗୋ ନାମରେ ସେମାନଙ୍କର ଦୁଇ ସନ୍ତାନ ଓ ୩ଟି କୁକୁରଙ୍କୁ ଶନିବାର ରାତି ଓ ରବିବାର ପାହାନ୍ତା ଭିତରେ ଗୁଳି ମାରି ହତ୍ୟା କରାଯାଇଥିଲା । ପିଲା ଦୁହେଁ ରୋମିଓଭାଇଲ୍ ଅନ୍ତର୍ଗତ ଭେଲି ଭିୟୁ ସ୍କୁଲ୍ ଡିଷ୍ଟ୍ରିକ୍ଟ୍ ୩୬୫ୟୁସ୍ଥିତ ‘ରବର୍ଟ ସି. ହିଲ୍ ଏଲିମେଣ୍ଟାରି’ ସ୍କୁଲ୍ର ଶିକ୍ଷାର୍ଥୀ ଥିଲେ। ରୋମିଓଭାଇଲ୍ ପୁଲିସ ଉପମୁଖ୍ୟ କ୍ରିସ୍ ବୁର୍ଣ୍ଣି ସୋମବାର ଦିନ ସାମ୍ବାଦିକ ସମ୍ମିଳନୀର କହିଛନ୍ତି ଯେ, ହତ୍ୟାକାଣ୍ଡ୍ ‘ମର୍ଡର୍-ସୁସାଇଡ୍’ ଯୋଗୁଁ ଘଟିଥିବା କଥା ସେମାନଙ୍କର ବିଶ୍ବାସ ହେଉନାହିଁ। ଏବେ ହତ୍ୟା ଦିଗରୁ ଘଟଣାର ତଦନ୍ତ ଚାଲିଛି । ‘ସିକାଗୋ ସନ୍-ଟାଇମ୍ସ୍’କୁ କ୍ରିସ୍ ବୁର୍ଣ୍ଣି କହିଛନ୍ତି, ଗତ ୩୬ ଘଣ୍ଟା ମଧ୍ୟରେ ଘଟଣାସ୍ଥଳରୁ ଆମ ଗୁଇନ୍ଦା ଓ ‘କ୍ରାଇମ୍ ସିନ୍ ଇନ୍ଭେଷ୍ଟିଗେଟର୍’ମାନେ ବିପୁଳ ପରିମାରଣ ପ୍ରତ୍ୟକ୍ଷ ପ୍ରମାଣ ସଂଗ୍ରହ କରିଛନ୍ତି।