ପାର୍ସଲ ବୋମା ମାମଲା, ସାକ୍ଷୀ ଦେବେ ଅରୁଣ ବୋଥ୍ରା
ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ମାମଲା । ଆଜି ପାଟଣାଗଡ଼ ଏଡିଜେ କୋର୍ଟରେ ସାକ୍ଷ୍ୟ ଗ୍ରହଣ ଚାଲିଛି । ସାକ୍ଷୀ ଦେଇପାରନ୍ତି ତକ୍ରାଳୀନ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା । କୋର୍ଟରେ ଘଟଣାର ସମସ୍ତ ଭିଡିଓ ଡିସପ୍ଲେ କରିପାରନ୍ତି ଅରୁଣ । ଏଥିପାଇଁ କୋର୍ଟରେ ପହଞ୍ଚିଛନ୍ତି ଅରୁଣ ବୋଥ୍ରା । ସୂଚନା ଅନୁସାରେ, ୨୩ ଫେବୃଆରୀ ୨୦୧୮ରେ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଜଣେ ନବ ବିବାହିତଙ୍କ ସମେତ ଦୁଇଜଣଙ୍କ ଜୀବନ ଯାଇଥିଲା। ବର ସୌମ୍ୟଶେଖର ସାହୁ ଏବଂ ତାଙ୍କ ଜେଜେମା ପାର୍ସଲ ଖୋଲିବା ସମୟରେ ବିସ୍ଫୋରଣରେ ପ୍ରାଣ ହରାଇଥିଲେ। କୋରିଅର ମାଧ୍ୟମରେ ବିବାହ ଉପହାର ଭାବରେ ପଠାଯାଇଥିଲା। ଏହି ବିସ୍ଫୋରଣରେ ମୃତ ସୌମ୍ୟଙ୍କ ସ୍ତ୍ରୀ ରୀମା ସାହୁ ଗୁରୁତର ହୋଇଥିଲେ। ତେବେ ସାକ୍ଷୀ ଭାବରେ ଉଭୟ ତଦନ୍ତର ନେତୃତ୍ୱ ନେଇଥିଲେ ଅରୁଣ ବୋଥ୍ରା। ସେ ପାର୍ସଲ ବୋମା ବିସ୍ଫୋରଣର ତଦନ୍ତ କରି ମୁଖ୍ୟ ସନ୍ଦିଗ୍ଧ ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଧରିଥିଲେ। ସମଗ୍ର ଅନୁସନ୍ଧାନରେ ପୁଞ୍ଜଲାଲ କିପରି ପାର୍ସଲ ବୋମା ତିଆରି କରିବା ଏବଂ କୋରିଅର ମାଧ୍ୟମରେ ପୀଡ଼ିତାଙ୍କ ପରିବାରକୁ ପଠାଇବା ପ୍ରକ୍ରିୟାକୁ ବୋଥ୍ରା ଧରିଥିଲେ। ସେଥିପାଇଁ ଆଜି ବୋଥ୍ରା ସାକ୍ଷୀ ଦେଇପାରନ୍ତି ବୋଲି କୁହାଯାଉଛି ।
