ପଙ୍କଜ ଲୋଚନ ମହାନ୍ତି ହେଲେ ଓସିଏ ସଭାପତି
ପଙ୍କଜ ଲୋଚନ ମହାନ୍ତି ହେଲେ ଓସିଏ ସଭାପତି । ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ କରିଥିଲେ ପଙ୍କଜ ଲୋଚନ ମହାନ୍ତି । ବବି ଦାସଙ୍କ ଇସ୍ତଫା ପରେ ଖାଲି ପଡ଼ିଥିଲା ପଦବୀ । ବାରବାଟୀ ଫ୍ଲଡ୍ ଲାଇଟ୍ ବିଭ୍ରାଟ ନେଇ ମତ ରଖିଲେ ନୂଆ ସଭାପତି ପଙ୍କଜ । ସରକାର ମାଗିଥିବା କାରଣ ଦର୍ଶାଅ ନୋଟିସର ଉତ୍ତର ଦିଆଯାଇଛି ବୋଲି କହିଛନ୍ତି । ତେବେ ଅଚାନକ୍ ଓସିଏ ସଭାପତି ପଦରୁ ବବି ଦାସ ଇସ୍ତଫା ଦେଇଥିଲେ । ପ୍ରାୟ ୨ ବର୍ଷ ଦାୟିତ୍ବ ସମ୍ଭାଳିବା ପରେ ପଦ ଛାଡିଥିଲେ ବବି । ନିୟମ ଅନୁସାରେ ୪୫ ଦିନ ଭିତରେ ନୂଆ ସଭାପତି ନିର୍ବାଚନ ହେବାର ଥିଲା । ଏହାପରେ କାମଚଳା ସଭାପତି ଭାବରେ ଓସିଏ ଉପ ସଭାପତି ପଙ୍କଜ ଲୋଚନ ମହାନ୍ତି ଦ୍ବାୟିତ୍ବ ତୁଲାଇଥିଲେ। ୨୦୨୨ ଅକ୍ଟୋବର ୨୮ରେ ଓସିଏ ସଭାପତି ଭାବରେ ପ୍ରଣବ ପ୍ରକାଶ ଦାସ ନିର୍ବାଚିତ ହୋଇଥିଲେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ। ଏହା ପୂର୍ବରୁ ୨୦୧୯ରୁ ୨୦୨୨ ପର୍ୟ୍ୟନ୍ତ ପଙ୍କଜ ଲୋଚନ ମହାନ୍ତି ଓସିଏର ସଭାପତି ଥିଲେ।
