୨୦୨୫-୨୬ ବର୍ଷର ପଞ୍ଜିକା ସମୀକରଣ ବୈଠକ

ପୁରୀରେ ବସିବ ପଞ୍ଜିକା ସମୀକରଣ ବୈଠକ

ଆଜି ପୁରୀରେ ବସିବ ପଞ୍ଜିକା ସମୀକରଣ ବୈଠକ । ୨୦୨୫-୨୬ ବର୍ଷର ପଞ୍ଜିକା ସମୀକରଣ ବୈଠକ ବସିବ । ଦିନ ୧୨ଟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବୈଠକ ହେବ । ବିଭିନ୍ନ ପଞ୍ଜିକାରେ ତ୍ରୁଟିକୁ ନେଇ ଦେଖାଦେଇଛି ବିବାଦ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହେବ ବୈଠକ । ପଞ୍ଜିକାର, ପୂଜାପଣ୍ଡା, ନିଯୋଗ, ମୁକ୍ତିମଣ୍ଡପ ସଦସ୍ୟ ଉପସ୍ଥିତ ରହିବେ । ବିଭିନ୍ନ ପଞ୍ଜିକାରେ ତ୍ରୁଟିକୁ ନେଇ ବିଗତ ଦିନରେ ବିବାଦ ଦେଖାଦେଇଥିଲା । ସେହିପରି ନିକଟରେ ସରସ୍ୱତୀ ପୂଜା କେତେ ତାରିଖରେ ପାଳନ କରାଯିବ ବୋଲି ଦ୍ୱନ୍ଦ୍ୱ ରହିଥିଲା । ଫେବୃଆରୀ ୨ ନା ଫେବୃଆରୀ ୩, ଏ ନେଇ ଦ୍ୱନ୍ଦ୍ୱ ରହିଥିଲା । ବିଭିନ୍ନ ପଞ୍ଜିକାରେ ଭିନ୍ନ ଭିନ୍ନ ତାରିଖ ଥିବାରୁ ଏନେଇ ବିବାଦ ଦେଖାଯାଇଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ଧାର୍ଯ୍ୟ ହୋଇଥିଲା ଯେ, ସରସ୍ୱତୀ ପୂଜା ୨ ତାରିଖରେ ପାଳନ କରାଯିବ । ତେବେ ଆଜିର ବୈଠକରେ ଏପ୍ରସଙ୍ଗରେ ସବିଶେଷ ଆଲୋଚନା କରାଯିବ ।

Leave a Reply

Your email address will not be published. Required fields are marked *