‘ପାଣ୍ଡିଆନ୍ ହଟାଅ, ବିଜେଡି ବଞ୍ଚାଅ’

ନବୀନଙ୍କ ଆଗରେ ପାଣ୍ଡିଆନ୍ ହଟାଅ ନାରା

ନବୀନ ନିବାସରେ, ନବୀନଙ୍କ ଆଗରେ କମ୍ପିଛି ‘ପାଣ୍ଡିଆନ ଗୋ ବ୍ୟାକ୍ ନାରା’ । ଦିନେ ଯିଏ ଦଳର ତଥାକଥିତ ସର୍ବେସର୍ବା ପାଲଟିଥିଲେ ସେହି ‘ପାଣ୍ଡିଆନଙ୍କୁ ତଡ଼, ବିଜେଡି ବଞ୍ଚାଅ’ ନାରା ଦେଇଛନ୍ତି ଦଳୀୟ ସାଂସଦଙ୍କ ସମର୍ଥକ । ପାଣ୍ଡିଆନଙ୍କ ଭିତିରିଆ ନିର୍ଦ୍ଦେଶରେ ସସ୍ମିତ ବିଲ୍ ସପକ୍ଷରେ ଭୋଟ୍ ଦେଇଥିବାର ସଙ୍ଗୀନ ଅଭିଯୋଗ ଆଣି ତାଙ୍କୁ ଦଳରୁ ନିଲମ୍ବନ ପାଇଁ ଗର୍ଜନ କରିଛନ୍ତି ମୁନ୍ନା ଖାନଙ୍କ ସମର୍ଥକ । ସେମାନଙ୍କର ଅଭିଯୋଗ ଯେ, ପାଣ୍ଡିଆନ ପ୍ରଚ୍ଛଦପଟରେ ରହି ସବୁ କରାଇଛନ୍ତି । ତାଙ୍କରି ନିର୍ଦ୍ଦେଶରେ ସସ୍ମିତା ପାତ୍ର ରାଜ୍ୟସଭାରେ ୱାକଫ୍ ବିଲ୍‌କୁ ସମର୍ଥନ କରିଛନ୍ତି । ତେଣୁ ସସ୍ମିତଙ୍କୁ ତୁରନ୍ତ ବିଜେଡିରୁ ନିଲମ୍ବନ କରାଯାଉ ବୋଲି ଦାବି କରିଛନ୍ତି । ଏହାସହିତ ନବୀନଙ୍କ ଆଗରେ ‘ପାଣ୍ଡିଆନ ତଡ଼ ବିଜେଡି ବଞ୍ଚାଅ’ ନାରା ଲଗାଇଛନ୍ତି ସମର୍ଥକ ।

Leave a Reply

Your email address will not be published. Required fields are marked *