ରାଜସ୍ଥାନରୁ ଜଣେ ପାକିସ୍ତାନୀ ରେଞ୍ଜର ଗିରଫ

ଭାରତୀୟ କବଜାରେ ପାକ୍ ରେଞ୍ଜର

ଭାରତୀୟ କବଜାରେ ପାକ୍ ରେଞ୍ଜର। ବିଏସଏଫ ରାଜସ୍ଥାନରୁ ଜଣେ ପାକିସ୍ତାନୀ ରେଞ୍ଜରଙ୍କୁ ମଧ୍ୟ ଗିରଫ କରିଛି । ଜମ୍ମୁ-କାଶ୍ମୀରର ଏଲଓସିରେ ପାକିସ୍ତାନୀ ସେନା ପକ୍ଷରୁ ଗତକାଲି ନିରନ୍ତର ଗୁଳିମାଡ଼ ଜାରି ରହିଛି ।   ପାକିସ୍ତାନ ସେନା କୁପୱାଡା, ବାରାମୁଲ୍ଲା, ପୁଞ୍ଚ, ରାଜୌରୀ, ମେନ୍ଧାର, ନୌଶେରା, ସୁନ୍ଦରବାନି ଏବଂ ଅଖନୁର ଅଞ୍ଚଳରେ ଛୋଟ ଅସ୍ତ୍ର ସହିତ ଅକାରଣରେ ଗୁଳିଚାଳନା କରିଥିଲେ। ଏହା ପରେ ଭାରତୀୟ ସେନା ମଧ୍ୟ ଉପଯୁକ୍ତ ଜବାବ ଦେଇଥିଲା । ଶନିବାର ଦିନ ରାଜସ୍ଥାନର ଶ୍ରୀଗଙ୍ଗାନଗର ସେକ୍ଟର ସଂଲଗ୍ନ ସୀମାରୁ ବିଏସଏଫ ଜଣେ ପାକିସ୍ତାନୀ ରେଞ୍ଜରଙ୍କୁ ଗିରଫ କରିଥିଲା ।  ଫୋର୍ଟ ଅବ୍ବାସ ବାହାଲନଗର ଜିଲ୍ଲା, ପାକିସ୍ଥାନ ର ସୁଖାନୱାଲି ପୋଷ୍ଟ ନିକଟରେ ବିଏସଏଫ ରେଞ୍ଜରକୁ ଗିରଫ କରିଛି ।  ସୂଚନା ଅନୁସାରେ ପାକିସ୍ତାନୀ ରେଞ୍ଜର ଗୁପ୍ତ ଭାବରେ ଭାରତୀୟ ସୀମାରେ ପ୍ରବେଶ କରିଥିଲା । ୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି ।