ଭୁବନେଶ୍ବର, କଟକରେ ଥିବା ପାକିସ୍ତାନୀଙ୍କୁ ଭାରତ ଛାଡ଼ିବାକୁ ନୋଟିସ୍

ଭୁବନେଶ୍ବର, କଟକରେ ଥିବା ପାକିସ୍ତାନୀଙ୍କୁ ଭାରତ ଛାଡ଼ିବାକୁ ନୋଟିସ୍

ଓଡ଼ିଶାରୁ ସବୁ ପାକିସ୍ତାନୀ ବିଦା ହେବେ । ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ଓଡ଼ିଶାରେ ବାସ କରୁଥିବା ସବୁ ପାକିସ୍ତାନୀକୁ ଚିହ୍ନଟ କରାଯାଇଥିବା ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଏପଟେ ଭୁବନେଶ୍ୱରରେ ଥିବା ପାକିସ୍ତାନୀ ମହିଳାଙ୍କୁ ଦେଶ ଛାଡ଼ିବାକୁ ନୋଟିସ୍ ହୋଇଛି । ମହମ୍ମଦ ନିଜାମୁଦ୍ଦିଁନଙ୍କୁ ବିବାହ କରିଥିଲେ ପାକିସ୍ତାନୀ ମହିଳାଙ୍କୁ ନଗମା ୟୁସୁଫ । ୨୦୦୮ରେ ଇଣ୍ଟରନେଟରେ ହୋଇଥିଲା ପ୍ରେମ । ଏହା ପରେ ବିବାହ କରିଥିଲେ । ମହମ୍ମଦ ନିଜାମୁଦ୍ଦିଁନଙ୍କୁ ବିବାହ କରି ଦୀର୍ଘ ମିଆଦି ଭିସାରେ ଓଡ଼ିଶାରେ ରହୁଛନ୍ତି ନଗମା । ତାଙ୍କର କୌଣସି ସନ୍ତାନ ନାହିଁନ୍ତି । ତେବେ ତାଙ୍କର ଭିସା ଅବଧି ୨୦୨୪ରୁ ଶେଷ ହୋଇଥିବା ବେଳେ ଏଗ୍‌ଜିଟ ଭିସା ପାଇଁ କମିସନରେଟ ପୋଲିସ୍ ନିକଟରେ ଆବେଦନ କରିଥିଲେ । କିନ୍ତୁ ସେ ଆବେଦନ ପଡି ରହିଥିଲା । ଏବେ ପହଲଗାମ ଘଟଣା ପରେ ସମସ୍ତ ପାକିସ୍ତାନୀ ଭାରତ ଛାଡିବା ପାଇଁ ନିର୍ଦ୍ଦେଶ ଥିବାବେଳେ ସମ୍ପୃକ୍ତ ପାକିସ୍ତାନୀ ମହିଳାଙ୍କୁ ମଧ୍ୟ ଭୁବନେଶ୍ୱର ଛାଡି ଯିବା ପାଇଁ ପୋଲିସ୍ ନୋଟିସ୍ କରିଛି । ସେପଟେ କଟକରେ ମଧ୍ୟ ଜଣେ ପାକିସ୍ତାନୀ ଚିହ୍ନଟ ହୋଇଛନ୍ତି। ତାଙ୍କୁ ମଧ୍ୟ ଭାରତ ଛାଡ଼ିବାକୁ ନୋଟିସ୍ କରାଯାଇଛି।