ଶ୍ରୀନଗର ଏୟାରବେସ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

‘ପାକିସ୍ତାନ ବଙ୍କରକୁ ଆପଣ ଯେଭଳି ଧ୍ବଂସ କଲେ ସେ ଭୁଲି ପାରିବନି’

ଶ୍ରୀନଗର ଏୟାରବେସ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ରାଜନାଥଙ୍କ ସହ ଅଛନ୍ତି ଉପରାଜ୍ୟପାଳ ମନୋଜ ସିହ୍ନା । ଅପରେସନ ‘ସିନ୍ଦୂର’ରେ ସାମିଲ ଯବାନମାନଙ୍କୁ ଭେଟିଛନ୍ତି। ସହିଦ ଯବାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଅପରେସନ ‘ସିନ୍ଦୂର’ରେ ସାମିଲ ଯବାନମାନଙ୍କୁ ଭେଟିବା ସହ ସମ୍ବୋଧନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଯବାନମାନଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ‘ଅପରେସନ ସିନ୍ଦୂର’ରେ ଆପଣ ଯାହା କଲେ ପୂରା ଦେଶବାସୀ ଗର୍ବିତ । ଜଣେ ନାଗରିକ ହିସାବରେ ମୁଁ ଆପଣଙ୍କୁ କୃତଜ୍ଞତା ଜଣାଉଛି । ପାକିସ୍ତାନ ବଙ୍କରକୁ ଆପଣ ଯେଭଳି ଧ୍ବଂସ କଲେ ସେ ଭୁଲି ପାରିବନି । ମୁଁ ଦେଶବାସୀଙ୍କ ସନ୍ଦେଶ ନେଇ ଆପଣଙ୍କ ପାଖକୁ ଆସିଛି । ସନ୍ଦେଶ ହେଉଛି, ଦେଶବାସୀ ଆପଣଙ୍କ ଉପରେ ଗର୍ବିତ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ।

ଅପରେସନ ସିନ୍ଦୂର ଆତଙ୍କବାଦ ବିରୋଧରେ ସବୁଠୁ ବଡ଼ ଆକ୍ସନ । ଭାରତ ପୂରା ବିଶ୍ବକୁ ସନ୍ଦେଶ ଦେଇଛି, ଆତଙ୍କବାଦକୁ ବରଦାସ୍ତ କରାଯିବନି । ଭାରତ ବିରୋଧରେ ଷଡ଼ଯନ୍ତ୍ର ବନ୍ଦ କରୁ ପାକିସ୍ତାନ । ପାକିସ୍ତାନ ନିଜ ମାଟିରେ ଆତଙ୍କବାଦୀଙ୍କୁ ନ ପୋଷୁ । ପାକିସ୍ତାନ ହାତରେ ପରମାଣୁ ରହିବା ସୁରକ୍ଷିତ କି ? ଆତଙ୍କବାଦ ଓ କଥାବାର୍ତ୍ତା ଏକସଙ୍ଗେ ଚାଲିବନି ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଯଦି କଥାବାର୍ତ୍ତା ହେବ କେବଳ POKକୁ ନେଇ । ଆମେ ପାକିସ୍ତାନର ପରମାଣୁ ବ୍ଲାକମେଲିଂକୁ ସହ୍ୟ କରିବୁନି ।