ଭାରତକୁ ପାକିସ୍ତାନର ପୁଣି ଧମକ

ସିନ୍ଧୁ ନଦୀରେ ବନ୍ଧ ନିର୍ମାଣ କଲେ ଧ୍ବଂସ କରିଦେବୁ

ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ବନ୍ଦ କରିଦେବା ପରେ ପାକିସ୍ତାନରେ ଜଳ ସଙ୍କଟ ଦେଖା ଦେଇଛି । ଯାହା ପରେ ପାକିସ୍ତାନ ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଛି । ଏହାରି ମଧ୍ୟରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ ଭାରତକୁ ଧମକ ଦେଇଛନ୍ତି । ଯଦି ସିନ୍ଧୁ ନଦୀର ପାଣି ବନ୍ଦ କରିବା ପାଇଁ ଭାରତ ବନ୍ଧ ତିଆରି କରେ ତେବେ ପାକିସ୍ତାନ ଆକ୍ରମଣ କରି ତାହାକୁ ଧ୍ବଂସ କରିଦେବ । ଏକ ଇଣ୍ଟରଭ୍ୟୁରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତରର ବିଭିନ୍ନ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ମୁଣ୍ଡ ଗରମ ହୋଇ ଯାଇଛି । ତେଣୁ ନିଜକୁ ସମ୍ଭାଳି ନପାରି ଉତ୍ତେଜଜିତ ହୋଇ ଭାରତକୁ ଧମକ ଦେଇଛି । ସିନ୍ଧୁ ଜଳ ଚୁକ୍ତି ରଦ୍ଦ ପରେ ଏବେ ପାକସ୍ତାନରେ ଭାଳେଣି ପଡ଼ିଛି। ସିନ୍ଧୁ ଜଳକୁ କସ୍ମିନ କାଳେ ଛାଡିବୁନି । ସିନ୍ଧୁ ଜଳ ଅଧିକାରକୁ ଛାଡିବୁନି।  ଯଦି ଭାରତ କିଛି ବି କରେ ତେବେ  ଆକ୍ରମଣ ହେବ ବୋଲି କହିଛନ୍ତି ପାକିସ୍ତାନ ସରକାର।