ଭାରତର ୧୫ଟି ସହରକୁ ପାକିସ୍ତାନର ଟାର୍ଗେଟ୍
ଭାରତର ୧୫ଟି ସହରକୁ ପାକିସ୍ତାନର ଟାର୍ଗେଟ୍ । ଏ ନେଇ ସ୍ପଷ୍ଟ କଲା ପ୍ରତିରକ୍ଷା ମନ୍ତ୍ରାଳୟ। ଉତ୍ତର ଓ ପଶ୍ଚିମ ପ୍ରାନ୍ତରରେ ଥିବା ସହରକୁ ଟାର୍ଗେଟ୍ । ଅବନ୍ତିପୁରା, ଶ୍ରୀନଗର, ଜାମ୍ମୁ, ପଠାନକୋଟ, ଅମୃତସର, କପୁରତାଲା, ଜଳନ୍ଧର, ଲୁଧିଆନା, ଅଦମପୁର, ଭଟିଣ୍ଡା, ଚଣ୍ଡିଗଡ, ନଲ୍, ଫଲୋଦି, ଉତ୍ତରଲାଇ, ଭୁଜକୁ ଟାର୍ଗେଟ୍ । ଡ୍ରୋନ ଓ ମିଜାଇଲ୍ ଜରିଆରେ ଟାର୍ଗେଟ୍ କଲା ପାକିସ୍ତାନ ।’ଅପରେସନ ସିନ୍ଦୂର’ ପରେ ପଞ୍ଜାବ-ରାଜସ୍ଥାନରେ ହାଇଆଲର୍ଟ। ପଞ୍ଜାବ ସରକାର ସମସ୍ତ ପୁଲିସ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି। ଏହା ସହିତ, ବଢ଼ୁଥିବା ଉତ୍ତେଜନାକୁ ଦେଖି, ରାଜ୍ୟ ସରକାର ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ୬ଟି ସୀମାନ୍ତ ଜିଲ୍ଲା – ଫିରୋଜପୁର, ପଠାନକୋଟ, ଫାଜିଲକା, ଅମୃତସର, ଗୁରୁଦାସପୁର ଏବଂ ତରନତାରନରେ ଥିବା ସମସ୍ତ ସ୍କୁଲକୁ ବନ୍ଦ କରିଦେଇଛନ୍ତି। ଏହା ସହ ରାଜସ୍ଥାନ ସରକାର ସୀମାନ୍ତ ଅଞ୍ଚଳରେ ନିୟୋଜିତ ସମସ୍ତ ପ୍ରଶାସନିକ ଅଧିକାରୀ ଏବଂ ପୁଲିସ କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ କରିଛନ୍ତି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ରାଜସ୍ଥାନର ଚାରିଟି ସୀମାନ୍ତ ଜିଲ୍ଲା – ଶ୍ରୀଗଙ୍ଗାନଗର, ବିକାନେର, ଜୟସଲମେର ଏବଂ ବାଡମେରର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲଗୁଡ଼ିକୁ ବନ୍ଦ କରିଦିଆଯାଇଛି।
