ପାକିସ୍ତାନର ୪ଟି ଏୟାରବେସ୍କୁ ଧ୍ବଂସ କରିଛି ଭାରତ
ଅପରେସନ ‘ସିନ୍ଦୂର’ ନେଇ ସେନା ଓ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମିଳିତ ପ୍ରେସମିଟ୍ କରାଯାଇଛି । ଏହି ପ୍ରେସମିଟ୍ ପାକିସ୍ତାନର ମହାମିଛର ପର୍ଦ୍ଦାଫାସ କରିଛି ଭାରତ । କର୍ଣ୍ଣେଲ ସୋଫିଆ କ୍ୟୁରେସି, ୱିଙ୍ଗ୍ କମାଣ୍ଡର ବ୍ୟୋମିକା ସିଂ ଓ ବୈଦେଶିକ ସଚିବ ବିକ୍ରିମ ମିଶ୍ରି ପ୍ରେସମିଟ୍ କରି ପାକ୍ର ମିଛର ପର୍ଦ୍ଦାଫାସ୍ କରିଥିଲେ । କର୍ଣ୍ଣେଲ ସୋଫିଆ କ୍ୟୁରେସି, ୱିଙ୍ଗ୍ କମାଣ୍ଡର ବ୍ୟୋମିକା ସିଂ କହିଥିଲେ ଯେ, ପାକିସ୍ତାନ ସୈନ୍ୟ ଠିକଣାକୁ ଟାର୍ଗେଟ୍ କରୁଛି । ପାକିସ୍ତାନର ଉଦ୍ଦେଶ୍ୟ ଓ ମାନସିକତା ଠିକ୍ ନାହିଁ । ପୂର୍ବ ପରି ଗତକାଲି ମଧ୍ୟ ପାକିସ୍ତାନ ନାଗରିକ ବିମାନକୁ ଢାଲ କରୁଛି ବୋଲି ସେନା ପକ୍ଷରୁ କୁହାଯାଇଥିଲା । ଭାରତ ପକ୍ଷରୁ ପାକିସ୍ତାନର ୪ଟି ଏୟାରବେସ୍କୁ ଧ୍ବଂସ କରାଯାଇଛି । ପାକିସ୍ତାନ ସେନାର ବହୁତ ବଡ଼ କ୍ଷତି ଘଟିଛି । ତେବେ ପାକ୍ର ପ୍ରତ୍ୟେକ ଆକ୍ରମଣକୁ ଆମେ ପ୍ରତିହତ କରୁଛୁ ।
ପାକିସ୍ତାନ ବହୁ ମିଛ ଓ ଗୁଜବ ପ୍ରଚାରିତ କରିଛି । ସୀମାନ୍ତ ମେଡିକାଲ୍କୁ ବି ପାକିସ୍ତାନ ଟାର୍ଗେଟ୍ କରୁଛି ବୋଲି ସେନା ପକ୍ଷରୁ କୁହାଯାଇଥିଲା । ସେହିପରି ଭାରତର କ୍ଷତି ହୋଇଥିବା ସମ୍ପୂର୍ଣ୍ଣ ମିଛ ଖବର । ଆମର S-400 ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଅଛି । ଭାରତର ସମସ୍ତ ଏୟାରବେସ୍ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି । ଫଟୋ, ଭିଡିଓ ଦେଖାଇ ଭାରତ ପ୍ରମାଣ ଦେଇଛି ।ଅନ୍ୟପକ୍ଷରେ ପାକିସ୍ତାନକୁ ମୁହଁତୋଡ ଜବାବ ଦିଆଯାଉଛି ବୋଲି ବୈଦେଶିକ ସଚିବ ବିକ୍ରମ ମିଶ୍ରି ପ୍ରେସ୍ମିଟ୍ରେ କହିଛନ୍ତି । ସେ ଆହୁରି କହିଛନ୍ତି, ପାକିସ୍ତାନ ଯୁଦ୍ଧ ବିମାନ ବ୍ୟବହାର କରୁଛି । ଲଙ୍ଗ୍ ରେଞ୍ଜ୍ ମିସାଇଲରେ ପାକିସ୍ତାନ ଆକ୍ରମଣ କରୁଛି । ଜନବସତିକୁ ଟାର୍ଗେଟ୍ କରୁଛି ପାକିସ୍ତାନ ସେନା । LoC ନିକଟରେ ପାକ୍ ସେନା ପ୍ରସ୍ତୁତି ଚଳାଇଛି ବୋଲି ବିକ୍ରମ ମିଶ୍ରି କହିଛନ୍ତି ।
