ଯୁଦ୍ଧ ପାଇଁ ପ୍ରସ୍ତୁତି କରୁଛି ପାକିସ୍ତାନ

ସେନାର ପ୍ରସ୍ତୁତି ସହ ମିସାଇଲ ଟେଷ୍ଟ କଲା ପାକିସ୍ତାନ

ଭାରତ-ପାକିସ୍ତାନ ଉତ୍ତେଜନା ବେଳେ ସେନାର ପ୍ରସ୍ତୁତି ସହ ମିସାଇଲ ଟେଷ୍ଟ କଲା ପାକିସ୍ତାନ।  ସରଫେସ୍-ଟୁ-ସରଫେସ୍ ଅବଦାଲି ମିସାଇଲ ସିଷ୍ଟମ୍ ପରୀକ୍ଷା କରିଛି ପାକିସ୍ତାନ। ୪୫୦ କିଲୋମିଟର ରହିଛି ଏହାର ଲକ୍ଷ୍ୟଭେଦ କ୍ଷମତା। ପାକିସ୍ତାନ ସେନା ବାହିନୀ ନିଜର ଅପରେସନ୍ ରେଡିନେସ୍ ପ୍ରଦର୍ଶନ କରିବାକୁ ଏହି ମିସାଇଲ ଟେଷ୍ଟ କରିଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇ ପାରିବ ଏହି କ୍ଷେପଣାସ୍ତ୍ର। ଅନ୍ୟପଟେ ଚଳିତ ସପ୍ତାହରେ ବାଲିଷ୍ଟିକ ମିସାଇଲ ଟେଷ୍ଟ କରିବାକୁ ପ୍ରସ୍ତୁତି ଚଳାଇଛି ପାକିସ୍ତାନ।  ଏଣେ ୩ ସେନା ଦେଖାଉଛନ୍ତି ପରାକ୍ରମ । ଆରବ ସାଗରରେ ଭାରତୀୟ ନୌସେନାର ଘନଘନ ମିସାଇଲ ପରୀକ୍ଷା । ଶତ୍ରୁକୁ ସିଧା ବାର୍ତ୍ତା ଦେଇଛି ନେଭି। ଯେକୌଣସି ମୁହୂର୍ତ୍ତରେ ଅମେ କରିପାରିବୁ ହମଲା । ସେପଟେ ଏକ୍ସପ୍ରେସ୍ ୱେ’ରେ ନାଇଟ ଲ୍ୟାଣ୍ଡିଂ କରିଛି ଭାରତୀୟ ବାୟୁ ସେନାର ଲଢ଼ୁଆ ଫାଇଟର। ପ୍ରଥମ ଥର ପାଇଁ ଉତ୍ତର ପ୍ରଦେଶ ଗଙ୍ଗା ଏକ୍ସପ୍ରେସ ୱେରେ ଭାରତୀୟ ବାୟୁ ସେନା କରିଛି ଟଚ୍ ଆଣ୍ଡ ଗୋ ଟ୍ରାଏଲ । ଡ୍ରିଲରେ ରାଫେଲ, ସୁଖୋଇ-୩୦, ମିରାଜ-୨୦୦, ମିଗ୍ ୨୯, C-130J ସୁପର ହରକୁଲସ, AN-32 ଏବଂ ଏମଆଇ-୧୭ ହେଲିକପ୍ଟର ସାମିଲ ହୋଇଥିଲା ।