ଅପରେସନ ସିନ୍ଦୂରକୁ ନେଇ ତିନି ସେନା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

‘ଆମ ଏୟାର ଡିଫେନ୍ସ ସିଷ୍ଟମକୁ ପାକିସ୍ତାନ ଭେଦ କରିପାରିବନି’

ଅପରେସନ ସିନ୍ଦୂରକୁ ନେଇ ତିନି ସେନା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଆମ ଲଢ଼େଇ ଆତଙ୍କବାଦ ଓ ଆତଙ୍କୀଙ୍କ ବିରୋଧରେ ଥିଲା, କିନ୍ତୁ ପାକିସ୍ତାନ ଏହାକୁ ଯୁଦ୍ଧ ଭାବେ ଗ୍ରହଣ କଲା । ଭାରତ କେବଳ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ ହେଲା । ଆତଙ୍କୀ ଉପରେ ଆକ୍ରମଣକୁ ପାକ୍ ନିଜ ଉପରକୁ ନେଇଗଲା । ଏୟାର ମାର୍ଶଲ ଏକେ ଭାରତୀ କହିଛନ୍ତି, ପାକର ଡ୍ରୋନ୍ ଆକ୍ରମଣକୁ ପଣ୍ଡ କରିଛି ସେନା । ଫେଲ୍ ମାରିଲା ପାକିସ୍ତାନର ଚୀନ ମିସାଇଲ । ଆବଶ୍ୟକ ହେଲେ ଆମେ ପରବର୍ତ୍ତୀ ମିଶନ ପାଇଁ ପ୍ରସ୍ତୁତ। ଆମ ଏୟାର ଡିଫେନ୍ସ ସିଷ୍ଟମକୁ ଭେଦ କରିବା ପାକିସ୍ତାନ ପାଇଁ ଅସମ୍ଭବ ।ପାକିସ୍ତାନ ଆତଙ୍କବାଦକୁ ସମର୍ଥନ କରୁଛି। ଆତଙ୍କବାଦ ବିରୋଧରେ ଆମ ଲଢ଼େଇ ଜାରି ରହିବ। ଆତଙ୍କବାଦୀ ଠିକଣାକୁ ଟାର୍ଗେଟ କରିଛି ଭାରତୀୟ ସେନା । ଚୀନର ପିଏଏଲ-୧୫ ମିସାଇଲକୁ ଖସାଇଛି ଭାରତ । ପାକିସ୍ତାନର ଡ୍ରୋନ ଆକ୍ରମଣକୁ ଆମେ ନିଷ୍କ୍ରିୟ କରିଛୁ ।

ଜେନେରାଲ ରାଜୀବ ଘାଇ କହିଛନ୍ତି, ଗତ କିଛି ବର୍ଷ ଧରି ଆତଙ୍କବାଦୀ କାର୍ଯ୍ୟକଳାପରେ ପରିବର୍ତ୍ତନ ଆସିଛି, ଆମର ନାଗରିକମାନଙ୍କୁ ମଧ୍ୟ ଟାର୍ଗେଟ କରାଯାଇଥିଲା । ଆମେ LOC ପାର କରି ଆକ୍ରମଣ କଲୁ । ଭାରତ ବିରୋଧରେ ପାକିସ୍ତାନ ୟୁଏଭି ଏବଂ ପିଏଲ୧୫ କ୍ଷେପଣାସ୍ତ୍ର ବ୍ୟବହାର କରିଥିଲା । ଏହାର ଧ୍ବଂସାବଶେଷ ଠାବ କରାଯାଇଛି।ଭାଇସ୍ ଆଡମିରାଲ୍ ଏ.ଏନ୍. ପ୍ରମୋଦ କହିଛନ୍ତି, ‘ବର୍ତ୍ତମାନର ଯୁଦ୍ଧରେ ଆମର ଏୟାରକ୍ରାଫ୍ଟ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଶହ ଶହ କିଲୋମିଟର ଦୂରରୁ ମଧ୍ୟ କୌଣସି ସନ୍ଦିଗ୍ଧ ଶତ୍ରୁ ବିମାନ କିମ୍ବା ଅନ୍ୟ ବିପଦକୁ ନିକଟକୁ ଆସିବାକୁ ଦେଇ ନଥିଲା । ନୌସେନା ଏକକାଳୀନ ଜଳ, ସ୍ଥଳ ଏବଂ ଆକାଶରେ ଥିବା ବିପଦକୁ ଜାଣିବାରେ ସକ୍ଷମ ହୋଇଥିଲା । ଆମେ ସର୍ବାଧିକ ରାଡାର ବ୍ୟବହାର କରିଥିଲୁ ଏବଂ ସମସ୍ତ ଡ୍ରୋନ ଉପରେ ନଜର ରଖିଥିଲୁ । ଆମର ପାଇଲଟମାନେ ଆମ ବିମାନରେ ଦିନରାତି କାମ କରିବାରେ ସକ୍ଷମ ।