୨୧୪ ପଣବନ୍ଦୀଙ୍କୁ ହତ୍ୟା କଲା BLA
ପାକିସ୍ତାନ ଟ୍ରେନ ହାଇଜାକ୍ ଘଟଣା। ୨୧୪ ପଣବନ୍ଦୀଙ୍କୁ ହତ୍ୟା କରିଥିବା ଦ ବାଲୋଚ ଲିବରେସନ ଆର୍ମି(ବିଏଲଏ) ଦାବି କରିଛି । ବନ୍ଦୀ ଅଦଳବଦଳ ପାଇଁ ପାକିସ୍ତାନ ରାଜି ନ ହେବାରୁ ହତ୍ୟା କରିଥିବା କହିଛି BLA। ପାକିସ୍ତାନ ସୁରକ୍ଷାକର୍ମୀଙ୍କୁ ସମୂହ ହତ୍ୟା କରାଯାଇଥିବା ଦାବି କରିଛି ଆତଙ୍କୀ ସଙ୍ଗଠନ। ସେହିପରି ନିଜ ସଂଗଠନର ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ମାନିଛି। ଅନ୍ୟ ପକ୍ଷରେ ୨୬ ପଣବନ୍ଦୀଙ୍କୁ ହତ୍ୟା କରାଯାଇଛି ବୋଲି କହୁଛି ପାକିସ୍ତାନୀ ସେନା। ବନ୍ଦୀ ଅଦଳବଦଳ ନେଇ ଦେଇଥିବା ୪୮ ଘଣ୍ଟିଆ ଡେଡଲାଇନକୁ ପାକିସ୍ତାନ ସରକାର ମାନି ନଥିବାରୁ ୨୧୪ ପଣବନ୍ଦୀଙ୍କୁ ମାରିଥିବା କହିଛି BLA। ତେବେ ପାକିସ୍ତାନ ସେନା ପକ୍ଷରୁ ଏହି ଦାବି ସଠିକ ନୁହେଁ ବୋଲି କୁହାଯାଇଛି। ବେଲୁଚିସ୍ତାନରେ ପାକ୍ ସେନା ବସ ଉପରେ ଆତ୍ମଘାତୀ ଆକ୍ରମଣ । ୯୦ଜଣ ପାକ୍ ସୈନିକ ନିହତ ହୋଇଥିବା ଦାବି କରିଛି ବେଲୁଚ ଲିବରେସନ ଆର୍ମି- BLA । ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି BLA । ଆଜି କ୍ବେଟାରୁ ତଫତାନ ଯାଉଥିଲା ପାକ ସେନାର ଗାଡି । ଏହି ସମୟରେ ହଠାତ ଆଇଇଡି ଭର୍ତ୍ତି ଏକ ଗାଡ଼ି ପାକ୍ ସେନାର ଗୋଟିଏ ବସକୁ ଧକ୍କା ଦେଇଥିଲା । ଯାହାଫଳରେ ସେଠାରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା । ଏଥିରେ ପ୍ରାୟ ୯୦ ଯବାନଙ୍କ ମୃତ୍ୟୁ ଘଟିଥିବା ବିଏଲଏ ଦାବି କରିଛି । ତେବେ ଆକ୍ରମଣରେ ୭ ସୈନ୍ୟ ପ୍ରାଣ ହରାଇଥିବା ପାକ ସେନା ପକ୍ଷରୁ କୁହାଯାଇଛି । ସପ୍ତାହେ ଭିତରେ ପାକ ସୈନ୍ୟ ଉପରେ ଏହା BLAର ଦ୍ବିତୀୟ ଆକ୍ରମଣ । ବଲୁଚିସ୍ତାନ ହେଉଛି ପାକିସ୍ତାନର ସବୁଠୁ ବଡ଼ ଅଞ୍ଚଳ । ପୂରା ପାକିସ୍ତାନର ୪୪ ପ୍ରତିଶତ ଅଞ୍ଚଳ । ପାକିସ୍ତାନ ଜନସଂଖ୍ୟାର ୬ ପ୍ରତିଶତ ଲୋକ ଏଠାରେ ବସବାସ କରୁଛନ୍ତି । ଏହି ଅଞ୍ଚଳକୁ ପାକ ସରକାର ଲଗାତାର ଅବହେଳା କରିଆସୁଥିବା BLA ଅଭିଯୋଗ କରିଛି । ଏହି ଆକ୍ରମଣରେ ୯୦ ଜଣ ପାକିସ୍ତାନୀ ସେନା ସୈନିକଙ୍କ ମୃତ୍ୟୁ ହୋଇଥିବା ବିଏଲଏ ଦାବି କରିଛି । ସଂଗଠନ କହିଛି ଯେ ଆକ୍ରମଣ ପରେ ତୁରନ୍ତ, BLAର ଫତାହ ସ୍କ୍ୱାଡ୍ ଆଗକୁ ବଢ଼ି ଏକ ବସ୍ କୁ ସମ୍ପୂର୍ଣ୍ଣ ଭାବରେ ଘେରିଗଲା ଏବଂ ଏଥିରେ ଯାତ୍ରା କରୁଥିବା ସମସ୍ତ ସୈନିକଙ୍କୁ ଆକ୍ରମଣ କରି ହତ୍ୟା କଲା । ମାର୍ଚ୍ଚ ୧୨ ତାରିଖରେ, BLA କ୍ୱେଟାରୁ ପେଶାୱର ଯାଉଥିବା ଜାଫର ଏକ୍ସପ୍ରେସକୁ ଅପହରଣ କରିଥିଲା । ଏହି ଟ୍ରେନରେ ୪୦୦ ରୁ ଅଧିକ ଯାତ୍ରୀ ଥିଲେ। ସଂଗଠନଟି ପାକିସ୍ତାନ ସରକାରଙ୍କ ନିକଟରେ ବେଲୁଚ୍ ନେତାମାନଙ୍କୁ ମୁକ୍ତ କରିବା ଏବଂ ବେଲୁଚିସ୍ତାନରୁ ପାକିସ୍ତାନୀ ଅଧିକାରୀମାନଙ୍କୁ ହଟାଇବା ପାଇଁ ଦାବି କରିଥିଲା ।
